ମନୋଜ କୁମାର ସାହୁଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଗଣିଆ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଗଡ଼ଜାତ ର ପଞ୍ଚୁପଲ୍ଲି ପ୍ରଗଣା ର ସର୍ଦ୍ଦାର ସ୍ବର୍ଗତ ଉପେନ୍ଦ୍ରନାଥ ସାହୁଙ୍କ ଜ୍ୟେଷ୍ଠ ନାତି ତଥା ସାମାଜିକ କର୍ମୀ ପଙ୍କଜ କୁମାର ସାହୁ ଙ୍କ ଜ୍ୟେଷ୍ଠ ଭ୍ରାତା ସ୍ବର୍ଗତ ମନୋଜ କୁମାର ସାହୁ ଙ୍କ ଉଦ୍ଦେଶ୍ୟରେ ଏକାଦଶାହ କାର୍ଯ୍ୟକ୍ରମ ଶନିବାର ଗଣିଆ ବ୍ଲକ୍ ଛାମୁଣ୍ଡିଆ ସ୍ଥିତ ବାସଭବନ ରେ ପାଳନ କରାଯାଇଛି । ସ୍ବର୍ଗତ ସାହୁ ତା ୧୯.୦୪.୧୯୭୬ ରେ ମାତୃ ଗର୍ଭରୁ ଏ ଧରାପୃଷ୍ଠକୁ ଅବତରଣ କରି ମାତ୍ର ୪୮ ବର୍ଷ ବୟସରେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ତା ୦୨.୧୦.୨୦୨୪ ରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ହିନ୍ଦୁ ଧର୍ମ ଓ ସଂସ୍କୃତିର ରୀତିନୀତି ତଥା ପରମ୍ପରା ଅନୁଯାୟୀ ମୃତ୍ୟୁର ପ୍ରଥମ ଦିବସ ଠାରୁ ଆରମ୍ଭ କରି ଅନ୍ତିମ ସଂସାର ଦ୍ୱାଦଶ ଦିବସର ସ୍ବର୍ଗ ପ୍ରାପ୍ତି କାର୍ଯ୍ୟକ୍ରମ ଅତି ସୁରୁଖୁରୁରେ ପାଳନ କରାଯାଇଛି । ସେ ଜଣେ ମେଳାପି , ଈଶ୍ୱର ଭକ୍ତ , ସ୍ନେହି, ପରୋପକାରୀ ଆଦି ବିଭିନ୍ନ ଗୁଣର ଅଧିକାରୀ ହୋଇ ମାତ୍ର ୪୮ ବର୍ଷର କର୍ମତତ୍ପର ମଧ୍ୟରେ ନିଜ ଗାଁ ଠାରୁ ଆରମ୍ଭ କରି ଆଖ ପାଖ ଅଞ୍ଚଳ ତଥା ଓଡିଶାର ବିଭିନ୍ନ ଅଞ୍ଚଳରେ ଖ୍ୟାତି ଅର୍ଜନ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ । ଏଣୁ ସେଇ ସ୍ୱର୍ଗତ ମନୋଜ କୁମାର ସାହୁଙ୍କ ଉଦ୍ଦେଶ୍ୟରେ ପରିବାର ପରିଜନ , ବନ୍ଧୁବାନ୍ଧବ , ଗ୍ରାମ ତଥା ଆଖ ପାଖ ବିଭିନ୍ନ ଅଞ୍ଚଳରୁ ଶହ ଶହ ଜନ ସାଧାରଣ ଆସି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ବିଦେହୀ ଆତ୍ମାର ସଦ୍ ଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ପ୍ରସାଦ ସେବନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ, ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, ଶିକ୍ଷା ବିତ ପ୍ରଫୁଲ୍ଲ କୁମାର ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment