ବୟସ୍କ ବ୍ୟାକ୍ତି ମାନଙ୍କୁ ଯକ୍ଷ୍ମା ଟିକାକରଣ ଅଭିଯାନ ଶୁଭାରମ୍ଭ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ କିଶୋର ପ୍ରସାଦ ଠାରେ ବୟସ୍କ ବ୍ୟକ୍ତି ମାନଙ୍କୁ ଯକ୍ଷ୍ମା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । କିଶୋର ପ୍ରସାଦ ସରପଞ୍ଚ ଗୀତାଞ୍ଜଳି ବେହେରା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନ ସମ୍ପ୍ରସାରଣ ଅଧିକାରୀଣୀ କମଳା ମହାରଣାଙ୍କ ସମେତ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଉପସ୍ଥିତ ଥିଲେ ।
୧୮ ବର୍ଷରୁ ଅଧିକ ସମସ୍ତ ଏବଂ ୬୦ ବର୍ଷରୁ କମ ସମସ୍ତ ଯକ୍ଷ୍ମା ରୋଗୀ, ପୂର୍ବରୁ ଯକ୍ଷ୍ମା ରୋଗମୁକ୍ତ ହୋଇଥିବା ବ୍ୟକ୍ତି, ଯକ୍ଷ୍ମା ରୋଗୀଙ୍କ ନିକଟ ସମ୍ପର୍କୀୟ,ମଧୁମେହ ଆକ୍ରାନ୍ତ ବ୍ୟକ୍ତି,ଧୁମପାନ କରୁଥିବା ବ୍ୟକ୍ତି ମାନେ ଟିକାକରଣ କେନ୍ଦ୍ରରେ ପହଞ୍ଚି ମାଗଣାରେ ଟିକା ନେଇ ପାରିବେ ବୋଲି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରକାଶ କରିଛନ୍ତି । ଏହି ଟିକାକରଣ ଦ୍ବାରା ଯକ୍ଷ୍ମାରେ ମୃତ୍ୟୁ ବରଣ କରୁଥିବା ଅକାଳ ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ସେ ଜଣାଇଥିଲେ । ଜନସମ୍ପ୍ରସାରଣ ଅଧିକାରୀଣୀ କମଳା ମହାରଣା ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق