BREAKING
Loading...
:

ପୂଜା ମଣ୍ଡପ ବୁଲିଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ,ଏବେ ବି ମିଳୁଛି ଜନ ସମର୍ଥନ

 ପୂଜା ମଣ୍ଡପ ବୁଲିଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ,ଏବେ ବି ମିଳୁଛି ଜନ ସମର୍ଥନ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକର ଅବହେଳିତ ପଞ୍ଚାୟତ ଛାମୁଣ୍ଡିଆରୁ ସୁଦୂର ଭୂବନେଶ୍ବର  ଯାଇ ନିଜକୁ ପ୍ରତିଷ୍ଠା କରିବା ପରେ ପୁଣିଥରେ ଗ୍ରାମବାସୀଙ୍କ ପାଇଁ କିଛି କରିବାର ଆଶା ନେଇ ରାଜନୀତିକୁ ଆସିଥିଲେ ଏବଂ ପ୍ରଥମ ଥରରେ ବ୍ଳକ ଅଧ୍ୟକ୍ଷ ପଦ ପାଇବା ପରେ ଅନେକ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରି ଲୋକପ୍ରିୟତା ହାସଲ କରିଥିଲେ । ଏବେ ରାଜନୀତିରେ ନାହାନ୍ତି ସତ କିନ୍ତୁ ଜନସାଧାରଣଙ୍କ ଭଲ ପାଇବା,ସମର୍ଥନ ତାଙ୍କୁ ଯେତିକି ମିଳୁଛି ରାଜନୀତିରେ ଥାଇ ମଧ୍ୟ ନେତାମାନେ ସେତିକି ପାଉନଥିବା ଦେଖିବାକୁ ମିଳୁଛି । 

ଆମେ କହୁଛୁ ଗଣିଆ ବ୍ଲକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କ କଥା । ଆଜି ଦଶହରା ଅବସରରେ ସେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହିତ ଜନସାଧାରଣଙ୍କୁ ଭେଟିଥିଲେ । ପ୍ରତ୍ୟେକ ମଣ୍ଡପରେ ତାଙ୍କୁ ଯେତିକି ସମ୍ମାନ ଆଉ ସମର୍ଥନ ମିଳୁଥିଲା ବର୍ତ୍ତମାନ ରାଜନୀତିରେ ଥିବା ଲୋକଙ୍କୁ ମଧ୍ୟ ସେତିକି ମିଳୁନାହିଁ । ଗଣିଆରୁ ଶହ ଶହ ଯୁବକ ମାନଙ୍କୁ ରୋଜଗାର ପନ୍ଥା ଯୋଗାଇ ଦେଇଥିବା ତଥା ତାଙ୍କ ପରିବାରକୁ ଦାନା ଯୋଗାଉଥିବା ବ୍ୟକ୍ତି ହେଉଛନ୍ତି ଶେଷଦେବ ସ୍ବାଇଁ । ଆଜି ଗଣିଆ ବଜାର କମିଟି ତରଫରୁ  ତାଙ୍କୁ ଶାରଦୀୟ ଅଭିନନ୍ଦନ ପ୍ରଦାନ କରାଯାଇଥିଲା । କମିଟି ସଭାପତି ଦାଶରଥି ସାହୁ, ଉପସଭାପତି କୁଳମଣି ସାହୁ, ସମ୍ପାଦକ ପ୍ରଭାତ କୁମାର ଦାଶଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶ୍ରୀ ସ୍ବାଇଁ ଗଣିଆ, ଛାମୁଣ୍ଡିଆ,ଆଡକଟା ଆଦି ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପୂଜା ମଣ୍ଡପ ପରିଦର୍ଶନ କରିଥିବା ଜଣାପଡିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS