BREAKING
Loading...
:

ଆଞ୍ଚଳିକ ସାମ୍ବାଦିକ ସଂଘ, ଗଣିଆର ଦଶହରା ବନ୍ଧୁ ମିଳନ

 ଆଞ୍ଚଳିକ ସାମ୍ବାଦିକ ସଂଘ, ଗଣିଆର ଦଶହରା ବନ୍ଧୁ ମିଳନ 

ଗଣିଆ(ମଣିଭଦ୍ରା ଖବର) ଗଣିଆରେ ଥିବା ଏକମାତ୍ର ପଞ୍ଜିକୃତ ଗଣମାଧ୍ୟମ ସଂଗଠନ ଆଞ୍ଚଳିକ ସାମ୍ବାଦିକ ସଂଘର ଦଶହରା ବନ୍ଧୁ ମିଳନ ସ୍ଥାନୀୟ ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଗୋଟିଏ ରଙ୍ଗର ପୋଷାକ ପିନ୍ଧି ଏକତାକୁ ବଜାୟ ରଖିବାକୁ ସଂକଳ୍ପ କରିଥିଲେ । ପ୍ରଭୁ ଶ୍ରୀରାମଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଥିଲା । 

ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଦାଶ,ଉପ ସଭାପତି ସରୋଜ କୁମାର ଦାଶ, ସମ୍ପାଦକ ବ୍ରଜବନ୍ଧୁ ଦେହୁରୀ, ସହ ସମ୍ପାଦକ ପ୍ରିୟବ୍ରତ ଷଡ଼ଙ୍ଗୀ,କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ରାଉତ, ଆଲୋକ କୁମାର ସାହୁ, ବ୍ରଜକିଶୋର ସାହୁ, ଅଜିତ କୁମାର ଦାଶ,ମାନସ କୁମାର ରାଉତ, ରମେଶ କୁମାର ମିଶ୍ର, ମନୋରଞ୍ଜନ ମଲ୍ଲିକ, ସଦାଶିବ ପାତ୍ର, ଚିତ୍ତରଞ୍ଜନ ମିଶ୍ର,ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ୪ ଜଣ ସଦସ୍ୟ କୈାଣସି କାରଣବସତ ଆସିପାରିନଥିବା ସଭାପତି ପ୍ରକାଶ କରିଥିଲେ ..।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS