BREAKING
Loading...
:

ଆକାଉଣ୍ଟକୁ ଯାଇନି ସୁଭଦ୍ରା ୧ ଟଙ୍କା, ମିଛ ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ

 ଆକାଉଣ୍ଟକୁ ଯାଇନି ସୁଭଦ୍ରା ୧ ଟଙ୍କା, ମିଛ ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ

କଟକ (ମଣିଭଦ୍ରା ଖବର) ଆକାଉଣ୍ଟକୁ ୧ ଟଙ୍କା ଯାଇନି । ‘ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଯିବା ଖବରକୁ ଖଣ୍ଡନ କରିଛି ବିଭାଗ। ସୋସିଆଲ ମିଡିଆରେ ଚାଳିଥିବା ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ ଦିଆଯାଇଛି। ଏପରି କୌଣସି ବ୍ୟବସ୍ଥା କରାଯାଇ ନ ଥିବା ବିଭାଗ ସ୍ପଷ୍ଟୀକରଣ କରିଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଥିଲା। କିନ୍ତୁ ୨ ୟ ପର୍ଯ୍ୟାୟରେ ଏଭଳି କୌଣସି ବ୍ୟବସ୍ଥା ଏଯାବତ୍ ଗ୍ରହଣ କରାଯାଇ ନାହିଁ। ‘ସୁଭଦ୍ରା’ର ଅଫିସିଆଲ ୱେବସାଇଟ ଅନୁକରଣ କରିବାକୁ ବିଭାଗ ପକ୍ଷରୁ ଅପିଲ କରାଯାଇଛି। ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ କରିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମାନସ କୁମାର ସାହୁ, କଟକ 

Post a Comment

Previous Post Next Post
Header ADS