BREAKING
Loading...
:

*ମୋଟର ଯାନ ଆଇନରେ ହେବ ବଡ ସଂଶୋଧନ । ନାବାଳକ ଚଳାଇପାରିବେ ଗାଡି ।*

 *ମୋଟର ଯାନ ଆଇନରେ ହେବ ବଡ ସଂଶୋଧନ । ନାବାଳକ ଚଳାଇପାରିବେ ଗାଡି ।*



 ଭୁବନେଶ୍ଵର ( ମଣିଭଦ୍ରା ଖବର) ପ୍ରତିଯୋଗିତାମୂଳକ ଯୁଗରେ ପିଲାମାନେ ଅଧିକ ସକ୍ରିୟ ହୋଇଛନ୍ତି । ପାଠପଢିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଦେଇ ଗତି କରିବାକୁ ପଡୁଛି । କିନ୍ତୁ ୧୮ ବର୍ଷ ନହେବା ଯାଏଁ ସେମାନେ ଗାଡି ଚଳାଇପାରିବେ ନାହିଁ ବୋଲି ମୋଟର ଯାନ ଆଇନ କହୁଛନ୍ତି । ଏହାଦ୍ବାରା ନାବାଳକ ଓ ଅଭିଭାବକ ଅସୁବିଧାର ସମ୍ମଖୀନ ହେଉଛନ୍ତି । ଏଥିପାଇଁ ମୋଟର ଯାନ ଆଇନରେ ବଡ ସଂଶୋଧନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।  ଏଥିରେ ନାବାଳକଙ୍କ ଯାନ ଚଳାଇବା ପ୍ରସଙ୍ଗକୁ ଧ୍ୟାନରେ ରଖାଯାଇଛି । ପ୍ରସ୍ତାବ ଅନୁସାରେ,*


*-୧୬ ବର୍ଷ ପୂରିଥିବା କିଶୋର, କିଶୋରୀ ଇ-ସ୍କୁଟର ଚଳାଇପାରିବେ*

*-ଡିଜାଇନ, ସ୍ପିଡ ଲିମିଟ  ଓ ଇଞ୍ଜିନ ଶକ୍ତିକୁ ଧ୍ୟାନରେ ରଖିବାକୁ ପଡିବ*

*-ନାବାଳକ କ୍ଷେତ୍ରରେ ଯାନର ସର୍ବାଧିକ ଗତି ୨୫ କିମି ପ୍ରତିଘଣ୍ଟା ନିର୍ଦ୍ଧାରଣ କରାଯାଇଛି*

 


*୧୯୮୮ର ସଂଶୋଧିତ ମଟର ଯାନ ଆଇନରେ ଯାନର ଇଞ୍ଜିନ କ୍ଷମତା ବି ନିର୍ଧାରଣ କରାଯାଇଛି*

*-ଏହି ଯାନର ଇଞ୍ଜିନ କ୍ଷମତା ୫୦ ସିସି ରହିବ*

*-ମୋଟର ପାୱାର ସର୍ବାଧିକ ୧୫ଶହ ୱାଟ ନିର୍ଧାରଣ କରାଯାଇଛି*

*-ଅଟୋମେଟିକ ଗିୟର ଥିବା ଯାନର ଲର୍ଣ୍ଣର ଲାଇସେନ୍ସ ମିଳିବ ନାହିଁ*

*-ଲାଇସେନ୍ସ ପାଇଁ ଦରକାର ଅଭିଭାବକଙ୍କ ସହମତି*


*କେନ୍ଦ୍ର ସରକାରଙ୍କ ଏଭଳି ପ୍ରସ୍ତାବକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି । ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ମୋଟର ଯାନ ଆଇନ ସଂଶୋଧନ ପ୍ରସ୍ତାବ ଆଗତ ହେବା ସମ୍ଭାବନା ରହିଛି ।  ସେହିଭଳି ଓଭର ସ୍ପିଡିଂ ପାଇଁ ଜରିମାନା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS