*🎡ଲୋକଙ୍କୁ ଘାରୁଛି ବାତ୍ୟା ଭୟ ; ବଜାରରୁ ପରିବା ଗାଏବ*
ଭୁବନେଶ୍ଵର (ମଣିଭଦ୍ରା ଖବର) ଓଡିଶାକୁ ମାଡି ଆସୁଛି ବାତ୍ୟା ‘ଦାନା’ । ଏଥିପାଇଁ ଉପକୂଳ ଅଞ୍ଚଳ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ହେଲେ ସହର ଓ ଅନ୍ୟ ଅଞ୍ଚଳରେ ବି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବାତ୍ୟା ପୂର୍ବରୁ ବଜାର ଦର ପୁରା ସରଗରମ । ପରିବାରେ ହାତ ମାରିବାକୁ ଡର ଲାଗୁଛି । ତଥାପି ବାତ୍ୟା ଭୟରେ ଲୋକେ ପରିବା କିଣି ନେଉଛନ୍ତି ।*
*ବାଙ୍କୀ ବଜାରରୁ ଆଳୁ ଗାଏବ। ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଲୋକଙ୍କ ମନରେ ଭୟ ବଢୁ୍ଥିବା ବେଳେ କଳାବଜାରୀକୁ ନେଇ ଖାଉଟିଙ୍କ ମଧ୍ୟରେ ସମସ୍ୟା ଦେଖାଦେଇଛି। ବାଙ୍କୀ ବଜାରରେ କାକୁଡି କିଲୋପ୍ରତି ୬୦, ପିଆଜ ୭୦, ରସୁଣ ୩୦୦, ଟମାଟ ୭୦, କଞ୍ଚାଲଙ୍କା ୧୫୦ ଟଙ୍କାରେ ବିକ୍ରି ହେଉଛି। ବାଇଗଣ ୬୦, କଲରା ୭୦, ଝୁଡ଼ଙ୍ଗ ୪୦, ପୋଟଳ ୬୦ ଟଙ୍କାରେ ବିକ୍ରି ହେଉଥିବାରୁ ହନ୍ତସନ୍ତ ହେଉଛନ୍ତି ଗ୍ରାହକ। ବଜାରରେ ଆଳୁ ନଥିବାରୁ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଭୁବନେଶ୍ୱରରେ ଆଳୁ ନଥିବାରୁ ଟ୍ରକ ସବୁ ଫେରି ଆସୁଥିବା ପରିବା ବ୍ୟବସାୟୀ କହିଛନ୍ତି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق