ଡୁମାଲ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଜିଲ୍ଲାର ସଦରବ୍ଲକ ସ୍ଥିତ ଜନମୁରା ଠାରେ ରାଜ୍ୟସ୍ତରୀୟ ଡ଼ୁମାଲ ସମାଜ ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ତଥା ଅର୍ଥ ଓ ସଂସଦୀୟ ବ୍ୟାପାରମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ସମସ୍ତ ଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇ ଏପରି ଭେଟଘାଟ ଆୟୋଜନରେ ପରସ୍ପର ଭାଇଚାରା ସୃଷ୍ଟି ହୋଇଥାଏ ବୋଲି ମତରଖିଥିଲେ। ଏ ଅବସରରେ ଡ଼ୁମାଲ ସମାଜର ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଳିଆ, ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରି, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ଓ ସମାଜର ଅନେକ ନେତୃ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ହରଡଖୋଲ ଗ୍ରାପ ର ସରପଞ୍ଚ ମୋହନ କର୍ମୀ ଓ ସ୍ଥାନୀୟ ଯୁବକ ମାନେ ଏ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର



إرسال تعليق