BREAKING
Loading...
:

ଜବାହାର ନବୋଦୟ ବିଦ୍ୟାଳୟ ର ମଡେଲ ଦେଖାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ l

 ଜବାହାର ନବୋଦୟ ବିଦ୍ୟାଳୟ ର ମଡେଲ ଦେଖାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ l 


ସୁବର୍ଣ୍ଣପୁର( ମଣିଭଦ୍ରା ଖବର) ବୌଦ୍ଧ ପାଲଝର ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ରେ   ସି ବି ଏସ ଇ hub of Learning ଅନ୍ତର୍ଗତ କେନ୍ଦ୍ରୀୟ ବିଦ୍ୟାଳୟ କୁ ଯାଇ ସେଠାରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କୁ ନିଜ ନିଜର  ମଡେଲ ଦେଖାଇବାର କାର୍ଯ୍ୟକ୍ରମ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମୀ ଙ୍କ ଦ୍ୱାରା କରାଯାଇଛି l ଦ୍ୱାଦଶ ଶ୍ରେଣୀ ଛାତ୍ର ଅସ୍ମାନ ଆଶୁତୋଷ ଗଣିତ ମଡେଲ Working Model On Relation and Function ଉପରେ ପ୍ରସ୍ତୁତ କରିଥିଲେ l ନବୋଦୟ ବିଦ୍ୟାଳୟ ର ଗଣିତ ଅଧ୍ୟାପକ ଅରବିନ୍ଦ କୁମାର ମିଶ୍ର ଙ୍କ ତତ୍ତ୍ୱlବଧାନରେ ଏହି ମଡେଲ ଟି ପ୍ରସ୍ତୁତ କରାଯାଇଥିଲା l ରସାୟନ ଵିଜ୍ଞାନ ଶିକ୍ଷକ ଶ୍ରୀ ଶ୍ରୀ କାନ୍ତ ପଣ୍ଡା ଙ୍କ ନିର୍ଦ୍ଦେଶନା ରେ ମାଷ୍ଟର ରିତେଶ ଯୋଶୀ Carbon Dioxide absorption tour ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲେ l ଭୌତିକ ବିଜ୍ଞାନ ଶିକ୍ଷକ ଶ୍ରୀ ଋଷିକେଶ ସାହୁ ଙ୍କ ଦ୍ୱାରା ଦ୍ୱାଦଶ ଶ୍ରେଣୀ ର ଛାତ୍ର ଶ୍ରୀ ଉମେଶ ମେହେର Scientific Academic Institute Of India ସେମିନାର ର ପ୍ରସ୍ତୁତି କରିଥିଲେ l ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ l ଭବିଷ୍ୟତ ରେ ଏପରି ବିଜ୍ଞାନ ସମ୍ବନ୍ଦୀୟ ମଡେଲ ର ପ୍ରସ୍ତୁତି ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ଟିକୁ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ମାନେ ଆନନ୍ଦ ର ସହ ଦେଖିବା ସଂଗେ ସଂଗେ ଜବାହାର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଙ୍କୁ ଧନ୍ୟବାଦ ଜ୍ଞାପନ ଜଣାଇଥିଲେ l ଛାତ୍ର ଛାତ୍ରୀ ଙ୍କ ବୈଜ୍ଞାନିକ ଦୃଷ୍ଟିକୋଣ ର ବୃଦ୍ଧି ନିମନ୍ତେ ଏପରି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l 




ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS