ସୁବର୍ଣ୍ଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ମନମାନି କୁ ନେଇ ଜନ ଅସନ୍ତୋଷ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଦ୍ଵିତୀୟ ବାରଣାସୀ ବୋଲାଉଥିବା ସୁବର୍ଣ୍ଣପୁର ଆଜି ଏଠାରେ କାର୍ଯ୍ୟରତ କେତେକ ଅଧିକାରୀ ଙ୍କ ମନମାନି ଯୋଗୁଁ ତଳିତଳାନ୍ତ ହେବାକୁ ବସିଛି।ଏକଦା ବହୁଳ ଜନସଂଖ୍ୟା ଥିବା ଏଇ ସହର କ୍ରମେ କ୍ରମେ ହ୍ରାସ ପାଇ ଆସୁଥିଲା ହେଲେ ନୂତନ ଜିଲ୍ଲା ଘୋଷଣା ପରେ ହଠାତ ପୁଣି ଲୋକଙ୍କସଂଖ୍ୟା ବଢ଼ି ବା ଆରମ୍ଭ ହେଲା। ଗୋଟିଏ ସମୟରେ ତତ୍କାଳୀନ ସରକାରୀ ବାବୁମାନଙ୍କ ଅବହେଳାରୁ ବନ୍ଦୋବସ୍ତ ରେ ଲୋକଙ୍କୁ ଆଉ ସ୍ଥାୟୀ ପଟ୍ଟା ମିଳିନଥିଲା। ଯାଫଳରେ ଗୋଟିଏ ସମୟରେ ବିଭିନ୍ନ ବସ୍ତିରେ ବସବାସ କରୁଥିବା ସମସ୍ତ ଙ୍କୁ ସ୍ଥାୟୀ ପଟ୍ଟା ତ ମିଳିଲାନି ବରଂ ତାଙ୍କୁ ଜବରଦଖଲକାରୀ ଭାବରେ ଗଣତି କରାଗଲା। ହେଲେ ବର୍ତ୍ତମାନର ସରକାର ସମସ୍ତ ଙ୍କପାଇଁ ଜାଗାମିଶନ ସୃଷ୍ଟି କରି ଯିଏ ଯୋଉଠିଅଛି ସେମାନଙ୍କୁ ସେଇଠି ଜମିଅଧିକାର ଦେଇ ସହରୀ ଆବାସ ଗୃହ ମଧ୍ୟ ପ୍ରଦାନକରି ସେମାନଙ୍କୁ ଥଇଥାନ କରାଯିବାପାଇଁ ଯେଉଁ ଐତିହାସିକ ନିଷ୍ପତ୍ତି ର ବ୍ୟବସ୍ଥା କଲେ ହେଲେ ସୋନପୁର ପୌରସଂସ୍ଥା ର ନିର୍ବାହୀ ଅଧିକାରୀ ଥିବା ସୂର୍ଯ୍ୟାଂଶୁ ରୁଟ ଙ୍କ ମନମାନି ଓ ଜିଦଖୋର ମନଵୃତ୍ତିଯୋଗୁଁ ଜାଗାମିଶନ ପାଇଁ ଟଙ୍କା ଜମାଦେଇ ମଧ୍ୟ ଅନେକଲୋକ ଜାଗାମିଶନରେ ଜାଗା ପାଇବାରୁ ବଞ୍ଚିତ ରହିଗଲେ। ବାରମ୍ବାର ଲୋକମାନେ ବିଭିନ୍ନ ସମୟରେ ତାଙ୍କୁ ଆପତ୍ତି ଅଭିଯୋଗ କରିମଧ୍ୟ କିଛି ସୁଫଳ ନପାଇ ପରବର୍ତ୍ତୀ ସମୟରେ ଆଇନ ଅଦାଲତ ର ଆଶ୍ରୟ ନେବାକୁ ମଧ୍ୟ ବାଧ୍ୟ ହୋଇଛନ୍ତି। ଏଇ ଅଧିକାରୀଙ୍କ ରହଣି କାଳରେ ପୌରସଂସ୍ଥା ବିପକ୍ଷରେ ବିଭିନ୍ନ ବାବଦରେ ସର୍ବାଧିକ ୨୯ଟି କେସରୁ ଉର୍ଦ୍ଧ୍ବ ମାମଲା ବିଚାରଧିନ ରହିଥିବା ମଧ୍ୟ ଜଣାପଡ଼ିଛି। ଏସଂପର୍କରେ ଅଧିକାରୀ ଙ୍କ କହିବା ଅନୁଯାୟୀ ଲୋକ ଆଇନର ଆଶ୍ରୟ ନିଅନ୍ତୁ ବିପକ୍ଷ ଓକିଲ ଦେବାପାଇଁ ଟଙ୍କା ତ ମୋ ପକେଟରୁ ଯିବନାହିଁ ବରଂ ବିଭାଗ ଦେବ ବୋଲି ଓଲଟା ବାହାସ୍ଫୋଟ ମାରନ୍ତି ।ଏପରିକି ନୂତନ କାଉନସିଲକୁ ମଧ୍ୟ ସେ ବିଶ୍ୱାସ କୁ ନନେଇ କେତେକ ନିଷ୍ପତ୍ତି ନିଜେହିଁ ନିଅନ୍ତି।ଅପରପକ୍ଷରେ ସୁବର୍ଣ୍ଣପୁର ର ଶୋଭା ବଢେଇବା ପାଇଁ ପୌର ଅଧିକାରୀଙ୍କର ଅସ୍ବାଭାବିକ କାର୍ଯ୍ୟକଳାପ ଯୋଗୁଁ ଆଜି ବିଭିନ୍ନ ସାହି ବସ୍ତିରେ ନୂତନଭାବେ ଗଢିଉଠିଥିବା ବିଭିନ୍ନ ବସ୍ତିକୁ ଯାଇ ଲୋକଙ୍କୁ ତମେ ଜବରଦଖଲ କରି ଘରତୋଳିଛ ତମ ମାନଙ୍କ ଘରସବୁ ଭାଙ୍ଗି ଦେବି ବୋଲି ଧମକ ଦେଇଥାନ୍ତି ଯାହାକି ନିଜକୁ ଏକ ଆତଙ୍କ ସୃଷ୍ଟିକାରି ଅଧିକାରୀ ବୋଲି ନିଜର ଏକ ଛବି ଛାଡିବାକୁ ସେ ଭଲପାଆନ୍ତି। ଏପରିକି ଆବଶ୍ୟକ ନଥିଲେ ବି ସୁବର୍ଣ୍ଣପୁର ର ଅନେକ ଘର ଦ୍ବାର ନିଜର ମନମୁତାବକ ଭାଙ୍ଗିରୁଜି ସବୁ ଧୂଳିସାତ କରି ନିଜ ଦୃଷ୍ଟି ଭଙ୍ଗୀରେ ସହରକୁ ଗଢୁଛନ୍ତି ।ଗୋଟିଏ ପକ୍ଷରେ ସହର ର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡିପଡିଥିବାବେଳେ ଲୋକଙ୍କ ନଜର ହଟାଇବାବୁ ଏଇ ତୋଡ଼ଫୋଡ଼ କାମରେ ଅଧିକ ସମୟ ସେ ଅପଚୟ କରୁଛନ୍ତି ବୋଲି କିଛି ବୁଦ୍ଧିଜୀବୀ ମତରଖିଛନ୍ତି।ଅପରପକ୍ଷରେ ଯେଉଁସବୁ କାମକୁ ସେ ଅଗ୍ରାଧିକାର ଦେବା କଥା ତାହା ସେ କରି ପାରୁ ନାହାଁନ୍ତି ବରଂ ରାଜସ୍ୱ ବିଭାଗର କାମକୁ ସେ ବିସ୍ତାରବାଦ ନୀତି ରେ ଅନୁପ୍ରବେଶ କରି ବିଭିନ୍ନ ସରକାରୀ ଅଧିକାରୀ ମହଲରେ ବି ନିନ୍ଦିତ ହେଉଛନ୍ତି।ବିଭିନ୍ନ ରାସ୍ତାଘାଟ ନାଳନର୍ଦ୍ଦମା ପାଇଁ କୋଟି କୋଟି ଟଙ୍କା ଆସୁଥିବାବେଳେ କିଛିଲୋକ ଦେଖାଣିଆ କାମ କରି ବାକି ସବୁ ହରିଲୁଟ ହେଉଥିବାରମଧ୍ୟ ଜଣା ଯାଏ । ସହରର ବିଭିନ୍ନ ଡ଼୍ରେନ୍ ପରିଷ୍କାର ପରିଚ୍ଛନ୍ନ ନ ହେବା କାରଣରୁ ମଶାବଂଶ ବୃଦ୍ଧି ପାଇଛି ତଥା ଅସରାଏ ବର୍ଷା ରେ ବର୍ଷା ପାଣି ସବୁ ଘରମାନଙ୍କୁ ପଶୁଛି । ରାସ୍ତାଘାଟ ସଫା ପାଇଁ ଘର ଘର ବୁଲି ସଫେଇ କର୍ମଚାରୀଙ୍କ ହାତରେ ଚାନ୍ଦା ଅସୁଲି କଲା ଭଳିଆ ଲକ୍ଷ ଲକ୍ଷ ଟଙ୍କା ଅଶୁଲି କରାଯାଉଛି ସେହିପରି ଉଠାଦୋକାନୀ ମାନଙ୍କଠାରୁ ମ୍ୟୁନିସିପାଲିଟୀ ନାମରେ ଜୋରଜବରଦସ୍ତ ଟଙ୍କାଆଦାୟ କରାଯାଉଛି। ଏପରିକି ସହରର ପରିମଳ ବ୍ୟବସ୍ଥାରେ ଅବ୍ୟବସ୍ଥାକୁ ନେଇ ହେଉ ବା ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଅମୃତଧାରାର ଅଚଳାବସ୍ଥାକୁ ନେଇ ନିକଟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କିଛିବ୍ୟକ୍ତି ବିଭାଗୀୟ ସଚିବ ,୫-ଟି ସଚିବ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଟ୍ୟୁଟକରି ଜଣାଇବାପରେ ସେ ସ୍ପଷ୍ଟୀକରଣ ରେ କେବଳ ମିଛକଥା କହି ଘଟଣାର ଗୁରୁତ୍ୱ କୁ କମାଇବାର ଅପଚେଷ୍ଟା ମଧ୍ୟ କରିଛନ୍ତି। ଏହି ସବୁ କଥାକୁ ଆଖି ଆଗରେ ରଖି ସୋନପୁର ର ବୁଦ୍ଧିଜୀବି ମହଲ ଘଟଣାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ଯେତେଶିଘ୍ର ହେବ ସଂପୃକ୍ତ ଅଧିକାରୀ ଙ୍କ ବଦଳି ଦାବି କରିଛନ୍ତି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର


إرسال تعليق