ରୋଟାରୀ କ୍ଳବ୍ ଅଫ୍ ଭୂବନେଶ୍ବର ଫ୍ଳେମିଗୋ ତରଫରୁ ୧୧ଜଣ ଶିକ୍ଷକଙ୍କୁ ମିଳିଲା ରାଷ୍ଟ୍ର ନିର୍ମାଣ ସମ୍ମାନ
ଭୂବନେଶ୍ବର(ମଣିଭଦ୍ରା ଖବର) ରୋଟାରୀ କ୍ଲବ ଅଫ୍ ଭୂବନେଶ୍ବର ଫ୍ଳେମିଗୋ ତରଫରୁ ଗଣିଆ ବ୍ଲକର ୮ଟି ଉଚ୍ଚ ବିଦ୍ୟାଳୟର ୮ ଜଣ ଏବଂ ଅନ୍ୟ ୩ଟି ଜିଲ୍ଲାର ୩ ଜଣ ଶିକ୍ଷକଙ୍କୁ ମିଳିଲା ରାଷ୍ଟ୍ର ନିର୍ମାଣ ସମ୍ମାନ । ରୋଟାରୀ କ୍ଳବ୍ ପରିସରରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ନିବେଦିତା ପାଣି, କ୍ୟାପିଟାଲ ହସ୍ପିଟାଲ,ଭୂବନେଶ୍ବର ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କ୍ଳବର ସଭାପତି ସ୍ମିତା ସିନହା, ସମ୍ପାଦକ ପଙ୍କଜ କୁମାର ସାହୁ,ରୋଟାରିଅନ ଆୟୂଷ ଯଶୋରିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ରାସଙ୍ଗ ବିଦ୍ୟାପୀଠର ଭାଗିରଥି ଜାନି,ନାରାୟଣପ୍ରସାଦର ସତ୍ୟବାଦୀ ସାହୁ, ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ସମୀର କୁମାର ମହାପାତ୍ର, କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ସଶ୍ମିତା ମଣ୍ଡଳ, ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋର ପ୍ରସାଦର ଗୋଲେଖ ବିହାରୀ ସାହୁ, ବଡସିଲିଙ୍ଗାର ଶଲ୍ୟ କୁମାର ଭୋଇ, ପଦ୍ମନାଭ ଉଚ୍ଚ ବିଦ୍ୟାଳୟର ଯୁଧିଷ୍ଠିର କହଁର,ରାଜିଙ୍ଗିର ହିମାଂଶୁ ଶେଖର ହାଁସଦାଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ରାଷ୍ଟ୍ର ନିର୍ମାଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
କ୍ଳବର କୋଷାଧ୍ୟକ୍ଷ ରୋଟାରିଅନ ହେମଲତା ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କ୍ଳବର ଏଭଳି କାର୍ଯ୍ୟକୁ ଶିକ୍ଷକ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି । କ୍ଳବର ସଭାପତି ଏବଂ ସମ୍ପାଦକଙ୍କର କାର୍ଯ୍ୟ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ବେଳେ ଆଗାମୀ ଦିନରେ ଏହି କ୍ଳବ ଆହୁରି ଲୋକାଭିମୁଖୀ କାର୍ଯ୍ୟ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ଏହି କ୍ଳବ ତରଫରୁ ୪ଟି ଜିଲ୍ଲାର ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନୟାଗଡ଼ର ସର୍ବାଧିକ ୮ ଜଣ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି । କିନ୍ତୁ ସମ୍ପାଦକଙ୍କ ନିଜ ଗ୍ରାମ ଛାମୁଣ୍ଡିଆ ଉଚ୍ଚ ବିଦ୍ୟାଳୟରୁ କୈାଣସି ଶିକ୍ଷକଙ୍କ ନାମ ପ୍ରଧାନଶିକ୍ଷୟତ୍ରୀ ସୁପାରିଶ କରିନଥିବାରୁ ଅସନ୍ତୋଷ ଦେଖାଦେଇଛି ।
ପ୍ରଜ୍ଞାଦିପ୍ତୀ ପାତ୍ର, ଭୂବନେଶ୍ବର




إرسال تعليق