BREAKING
Loading...
:

ସାମନ୍ତ ଚନ୍ଦ୍ରଶେଖର ଏବଂ ସିଦ୍ଧାନ୍ତ ଦର୍ପଣ ଉପରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

 ସାମନ୍ତ ଚନ୍ଦ୍ରଶେଖର ଏବଂ ସିଦ୍ଧାନ୍ତ ଦର୍ପଣ ଉପରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ 





ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଆଜାଦ୍ କି ଅମୃତ ମହୋତ୍ସବ ଉପଲକ୍ଷେ ସାମନ୍ତ ଚନ୍ଦ୍ରଶେଖର ଏବଂ ସିଦ୍ଧାନ୍ତ ଦର୍ପଣ ଉପରେ କୁଇଜ୍  ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।କୁଇଜ୍  ପ୍ରତିଯୋଗିତା ରେ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ୧୩ ଟି କ୍ଲଷ୍ଟର ରୁ ୬୦ ଜଣ ଛାତ୍ର  ଛାତ୍ରୀ ସିନିଅର ଓ ଜୁନିଅର ବିଭାଗରେ  ଅଂଶଗ୍ରହଣ କରିଥିଲେ। ସିନିଅର ବିଭାଗର ବାହାଡ଼ ଝୋଲା ଉଚ୍ଚ ବିଦ୍ୟାଳୟ ର ଦୀପା ସାହୁ ପ୍ରଥମ,ହରିପୁର ବିଦ୍ୟାଳୟର ରାଜେନ୍ଦ୍ର କୁମାର ସାହୁ ଦ୍ଵିତୀୟ, ମାଳିସାହି ହାଇସ୍କୁଲ ର ଅଭିପ୍ସା ରଥ ଏବଂ ଢେଙ୍କେଣା ହାଇସ୍କୁଲ ର ଆୟୁଷ୍ମାନ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସେହିପରି ଜୁନିଅର ବିଭାଗରେ ବାହାଡ଼ ଝୋଲା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର  ସୁଶିଲ କୁମାର ସାହୁ ପ୍ରଥମ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ  ସୁଭସ୍ମିତା ପରିଡ଼ା ଦ୍ବିତୀୟ ଏବଂ ବାହାଡ଼ ଝୋଲା ସାରଙ୍ଗଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ମିରା ରାଣୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କୁଇଜ୍ ପ୍ରତିଯୋଗିତା ପରିଚାଳନାରେ  ୧୩ ଟି କ୍ଲଷ୍ଟର ର ସି ଆର୍ ସି ସି ସହଯୋଗ କରିଥିଲେ। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS