BREAKING
Loading...
:

ସାମନ୍ତରାୟ ମହାବିଦ୍ୟାଳୟ ତରଫରୁ କୃତି ଛାତ୍ରଙ୍କୁ ଉଛ୍ଛ୍ବସିତ ସମ୍ବର୍ଦ୍ଧନା

 ସାମନ୍ତରାୟ ମହାବିଦ୍ୟାଳୟ ତରଫରୁ କୃତି ଛାତ୍ରଙ୍କୁ ଉଛ୍ଛ୍ବସିତ ସମ୍ବର୍ଦ୍ଧନା




ଗଣିଆ ୧୩/୦୯(ନିପ୍ର) ଗଣିଆରେ ଥିବା ସାମନ୍ତରାୟ ମହାବିଦ୍ୟାଳୟ ତରଫରୁ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଦୁଇ ଛାତ୍ରଙ୍କୁ ମହାବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ଅଧ୍ୟାପକ ଜିତେନ ପାଣିଗ୍ରାହୀ ତଥା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଉପସ୍ଥିତ ଥିଲେ । ଗଣିଆ ବ୍ଲକର ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁଙ୍କ ପୁଅ ତୃପ୍ତି ଉତ୍ସଳ ସାହୁ ନିଟ୍ ପରୀକ୍ଷାରେ ୬୫୩ ମାର୍କ ରଖିଥିବା ବେଳେ କିଶୋର ପ୍ରସାଦ ଗ୍ରାମର ପ୍ରକାଶ ପାଣିଗ୍ରାହୀଙ୍କ ପୁଅ ପ୍ରଭୂପ୍ରିତମ ପାଣିଗ୍ରାହୀ ୬୩୫ ମାର୍କ ରଖି ଗଣିଆ ବ୍ଲକ ପାଇଁ ସଫଳତା ଲାଭ କରିଛନ୍ତି । ଉଭୟଙ୍କ ସଫଳତା ଯୋଗୁଁ ସେମାନଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଉଭୟ ଛାତ୍ର ସେମାନଙ୍କ ସଫଳତା ସମ୍ପର୍କରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ । ଜୀବନରେ ସଫଳତା ଲାଭ କରିବା ପାଇଁ ପରିଶ୍ରମ ଏବଂ ସାଧନା ନିହାତି ଆବଶ୍ୟକ ବୋଲି ଉଭୟ ଛାତ୍ର ନିଜ ଅଭିଭାଷଣରେ ଜଣାଇଥିଲେ । ସେମାନଙ୍କ ସଫଳତାର ଶ୍ରେୟ ନିଜ ପିତାମାତା,ଗୁରୁଜନ ତଥା ଆତ୍ମିୟ ସ୍ବଜନଙ୍କର ବୋଲି ସେମାନେ ପ୍ରକାଶ କରିଥିଲେ ‌‌। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS