BREAKING
Loading...
:

ଦୀର୍ଘ ଦିନ ହେଲା ଅଚଳ ଅବସ୍ଥାରେ ନଳକୂପ।

 ଦୀର୍ଘ ଦିନ ହେଲା ଅଚଳ ଅବସ୍ଥାରେ ନଳକୂପ।



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଦୀର୍ଘଦିନ ହେଲା ନଳକୂପ ଅଚଳ ହୋଇ ପଡ଼ି ରହିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ପଞ୍ଚାୟତ ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥ ଖଇରମାଳ ଛକ ନିକଟସ୍ଥ ହନୁମାନ ମନ୍ଦିର ସମ୍ମୁଖରେ ଥିବା ନଳକୂପ ଟି ଅଚଳ ହୋଇ ପଡ଼ି ରହିଛି।କିନ୍ତୁ କାହାର ନଜର ନାହିଁ।ଉକ୍ତ ରାସ୍ତା ଦେଇ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ପାଣି ମୁନ୍ଦାଏ ପାଇଁ ଅଟକି ଯାଆନ୍ତି।ହେଲେ ନିରାଶ ହେବାକୁ ପଡ଼େ ଉକ୍ତ ଯାତ୍ରୀ ମାନଙ୍କୁ। ତେଣୁ ତୁରନ୍ତ ଉକ୍ତ ନଳକୂପ ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS