BREAKING
Loading...
:

ପଞ୍ଚାୟତ ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ

 ପଞ୍ଚାୟତ ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ ।



ଦଶପଲ୍ଲା (ମଣିଭଦ୍ରା ଖବର)

ସୃଷ୍ଟି କୁ ଧ୍ବଂସମୁଖରୁ ରକ୍ଷାକରିବାକୁ ଚାହୁଥିଲେ ଯଥେଷ୍ଟ ବୃକ୍ଷରୋପଣ ଆବଶ୍ୟକ । ଅନ୍ୟଥା ମହାମାରୀ କରୋନା ସମୟରେ ଅନ୍ୟ ଦେଶମାନଙ୍କରେ ଯାହା ହେଲା ଅକ୍ସିଜେନ ଅଭାବରେ ଯେଭଳି ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଲା ଆମେ ମଧ୍ୟ ସେଭଳି ଦଶା ଭୋଗିବା ଅବଶ୍ୟମ୍ଭାବୀ ବୋଲି ସଭାରେ ବହୁ ବକ୍ତା ମତ ରଖିଥିଲେ ।ଆଜି ଦଶପଲ୍ଲା ବ୍ଲକ୍ ଶିମିଳିସାହି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଫଳଗଛ ,ଔଷଧୀୟ ଗଛ ଆଦି ଲଗା ଯାଇଥିଲା।ଏହି ଉପଲକ୍ଷେ ଆୟୋଜିତ ସଭାରେ ଅତିଥିମାନେ ଉପରୋକ୍ତ ମନ୍ତବ୍ଯ ଦେଇଥିଲେ । ଦଶପଲ୍ଲା ସମ୍ବାଦ ସାହିତ୍ୟ ଘର ସଭାପତି ସରୋଜ ନାୟକ, ସଂପାଦକ ପ୍ରଫୁଲ୍ଲ କୁମାର ଦାଶ,ସରପଞ୍ଚ ସଂଜୟ କୁମାର ପଟ୍ଟନାୟକ,ପ୍ରସନ୍ନ କୁମାର ପଣ୍ଡା,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ,ଆଇନଜିବି ଶରତ ବେହେରା, ଡା.ପ୍ରଫୁଲ୍ଲ କୁମାର ଦାଶ ସମସ୍ତ ୱାର୍ଡ ସଭ୍ୟ,ନାଏବ ସରପଞ୍ଚ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଆଜି  ଜନ୍ମାଷ୍ଟମୀ ଏବଂ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ସମ୍ବାଦର ସ୍ଥାନୀୟ ପ୍ରତିନିଧି ପ୍ରଫୁଲ୍ଲ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS