ବନ୍ୟାରେ ମାକଳାପାଟ ମନ୍ଦିରରେ ଫଶି ରହିଥିବା ସଦାଶିବ ବାବାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ଗଣିଆ ୧୮/୦୮(ମଣିଭଦ୍ରା ଖବର) ଗଣିଆ ବ୍ଲକର ଛାମୁଣ୍ଡିଆ ଠାରେ ଥିବା ମଣିଭଦ୍ରା ପାହାଡ଼ ପାଦଦେଶରେ ଥିବା ମା କଳାପାଟ ଠାକୁରାଣୀଙ୍କ ପୀଠରେ ଦୀର୍ଘ ୪ଦିନ ଧରି ବନ୍ୟା ଜଳରେ ଫଶି ରହିଥିବା ସଦାଶିବ ବାବାଙ୍କୁ ଉଦ୍ଧାର କରିଛନ୍ତି ଗଣିଆ ଏବଂ ଭଦ୍ରକରୁ ଆସିଥିବା ଅଗ୍ନିଶମ ବିଭାଗ କର୍ମଚାରୀ । ସଦାଶିବ ବାବା ମା କଳାପାଟ ଠାକୁରାଣୀଙ୍କ ପୀଠରେ ଦୀର୍ଘ ୧୦ ବର୍ଷ ଧରି ରହି ଆସୁଥିଲେ । ତେବେ ଅଚାନକ ବନ୍ୟା ପାଣି ମାଡି ଆସିବାରୁ ସେ ସେଠାରୁ ଯାଇ ପାରିନଥିଲେ । ତେବେ ଗୁରୁବାର ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ରାଜେଶ ଚୈହ୍ବାନ ଏବଂ ଚିନ୍ମୟ ବାରିକ ବୋଟ୍ ସାହାଯ୍ୟରେ ସେଠାରେ ପହଞ୍ଚି ପାଣିରେ ପଶି ବାବାଙ୍କୁ ଖୋଜିଥିଲେ । ତେବେ ସେମାନେ ବାବାଙ୍କୁ ଉଦ୍ଧାର କରି ଗଣିଆ ମେଡିକାଲରେ ଛାଡ଼ି ଦେଇଛନ୍ତି । ୪ଦିନ ହେବ ଠିକରେ ଖିଆପିଆ ନଥିବାରୁ ବାବା ଜଣଙ୍କ ଅସୁସ୍ଥ ଥିବାରୁ ତାଙ୍କର ଆଶୁ ଚିକିତ୍ସା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق