BREAKING
Loading...
:

ପ୍ରବଳ ବର୍ଷାରେ ଭାଙ୍ଗିଲା କାଠ ପୋଲ, ବିପଦସଂକୁଳ ଅବସ୍ଥାରେ ଯାତାୟତ : ସ୍ଥାୟୀ ପୋଲ ପାଇଁ ଦାବୀ

 ପ୍ରବଳ ବର୍ଷାରେ ଭାଙ୍ଗିଲା କାଠ ପୋଲ, ବିପଦସଂକୁଳ ଅବସ୍ଥାରେ ଯାତାୟତ : ସ୍ଥାୟୀ ପୋଲ ପାଇଁ ଦାବୀ 




ବାଲିଗୁଡା,(ମଣିଭଦ୍ରା ଖବର): ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଏକ ସପ୍ତାହ ହେଲା ଲାଗିରହିବା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳ ଗୁଡ଼ିକ ଜଳାର୍ଣ୍ଣବ ହେବାରେ ଲାଗିଛି ଏବଂ ଛୋଟ ବଡ଼ ନଦୀ ଗୁଡ଼ିକରେ ବଢ଼ି ପାଣି ପ୍ରବାହିତ ହେଉଛି। ଜିଲ୍ଲାର ଚକାପାଦ ଅଞ୍ଚଳରେ ତୁହାକୁ ତୁହା ମୁଷଳ ଧାରାରେ ବର୍ଷା ଲାଗିରହିଛି, ତେଣୁ ଚକାପାଦର ବ୍ୟାଙ୍କ ସାହିବାସିନ୍ଦା ଜଳବନ୍ଧୀ ଭାବେ ରହିଛନ୍ତି। ସାହି ଭିତରେ ବର୍ଷା ପାଣି ଲହଡ଼ି ମାରିବା ସହିତ ବହୁ ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି। ସାହିର କିଛି କଚା  ଘର ମଧ୍ୟ ବର୍ଷା ପାଣିରେ କ୍ଷତିଗ୍ରସ୍ତ ହୋଇଛି। ସାହିବାସିନ୍ଦା ମାନେ ଜଳବନ୍ଧୀ ଭାବେ ନାହିଁ ନଥିବା ଅସୁବିଧାରେ ରହିଛନ୍ତି। ସେହିଭଳି ଚକାପାଦର ରାଇପଦା-ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀରେ ବଢ଼ି ପାଣି ଆସିବା ଫଳରେ ନଦୀରେ କରାଯାଇଥିବା କାଠ ପୋଲଟି ଭାସିଯାଇଛି। ଫଳରେ ଜୁଇଖୋଲ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଗ୍ରାମବାସୀମାନେ ବିପଦସଂକୁଳ ଭାବେ ନଦୀର ବଢ଼ି ପାଣି ଭିତରେ ପଶି ଯାତାୟାତ କରୁଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ, ବାଲିଗୁଡା, ଜି. କନ୍ଧମାଳ

Post a Comment

أحدث أقدم
Header ADS