ଅରୋମୀରା ଟ୍ରଷ୍ଟ ତରଫରୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ
ଓଡ଼ଗାଁ ( ମଣିଭଦ୍ରା ଖବର) ଶ୍ରୀ ଅରବିନ୍ଦ ଙ୍କ ପବିତ୍ର ଏକ ଶହ ପଚାଶ ତମ ଜନ୍ମଦିବସ ତଥା ଭାରତ ର ଛସ୍ତୋରିତମ ସ୍ଵାଧୀନତା ଦିବସ ଉପଲକ୍ଷେ ଅରୋମୀରା ଟ୍ରଷ୍ଟ, କୁରାଳ ତରଫରୁ କୁରାଳ ଗ୍ରାମ ପଞ୍ଚାୟତ ର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କୁ ନେଇ ଅନୁଷ୍ଠିତ ବତ୍କୃତା, ଜଣା ଅଜଣା, ଗଳ୍ପକଥ ନ, ଗୀତ,ନୃତ୍ୟ,ଚିତ୍ର ଓ ରଙ୍ଗ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଛି। ତତ୍ ସହିତ ଚଳିତ ବର୍ଷ ଗ୍ରାମ ବାହାରେ ରହି ଦଶମ ଶ୍ରେଣୀ ପରୀକ୍ଷା ରେ ଶତକଡ଼ା ଅଣା ନବେ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଶ୍ରୀ ମାନ ପୁନିତ୍ କୁମାର ପାତ୍ର,ଉଚ୍ଚ ମାଧ୍ୟମିକ ବିଜ୍ଞାନ ପରୀକ୍ଷା ରେ ଶତକଡ଼ା ବୟା ଅଶି ନମ୍ୱର୍ ରଖି ଉତ୍ତୀର୍ଣ୍ଣ ହୋଇଥିବା ସୁଶ୍ରୀ ଚିନ୍ମୟୀ ଦୋରା, ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ର ଉପ ଶାସ୍ତ୍ରୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର୍ ରଖିଥିବା ସୁଶ୍ରୀ ଦୀପା ରାଉତ ଏବଂ ସେ ମହାବିଦ୍ୟାଳୟ ର ଉତ୍ତମ ସ୍ବେଚ୍ଛାସେବୀ ରୂପେ ସୁଶ୍ରୀ ରାଜେ ସ୍ୱରି ସାହୁଙ୍କୁ ଟ୍ରଷ୍ଟ ତରଫରୁ ପ୍ରଶଂସା ପତ୍ର ସହ ଟ୍ରଫି ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଟ୍ରଷ୍ଟ ର ମ୍ୟାନେ ଜିଙ୍ଗ ଟ୍ରଷ୍ଟି ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ସଭା ପରିଚାଳନା କରିଥିବା ବେଳେ ଅତିଥି ରୂପେ ଜୋନ ନମ୍ୱର୍ ଏକ ର ଜିଲ୍ଲା ପରିଷଦ ପ୍ରତିନିଧି ଝିଲ୍ଲୀ ପ୍ରଧାନ, କୁରାଳ ସମିତି ପ୍ରତିନିଧି କନକ ପାତ୍ର, ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟାପିକା ସୁଷମା ମଞ୍ଜରୀ ପାଣିଗ୍ରାହୀ ତଥା ଶିକ୍ଷାନୁଷ୍ଠାନ ମାନଙ୍କ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଟ୍ରଷ୍ଟ ସଭ୍ୟ ରାଜ କିଶୋର ନାୟକ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସକ୍ରିୟ ସହଯୋଗ ତଥା ଶ୍ରୀମା ଓ ଶ୍ରୀ ଅରବିନ୍ଦ ଙ୍କ ଦିବ୍ୟ ଉପସ୍ଥିତି ରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق