BREAKING
Loading...
:

କୁନି ଝିଅର ବଡ଼ ପ୍ରତିଭା : ୨ ବର୍ଷ ୬ ମାସରେ India Book of Records ରେ ସ୍ଥାନ

 କୁନି ଝିଅର ବଡ଼ ପ୍ରତିଭା : ୨ ବର୍ଷ ୬ ମାସରେ India Book of Records ରେ ସ୍ଥାନ




ନୂଆପଡ଼ା: ତୁଳସୀ ଦୁଇପତ୍ରରୁ ବାସିଲା ଭଳି, କୁନି ବୟସରୁ ହିଁ ପ୍ରତିଭାର ଚମକ ଦେଖାଇଛନ୍ତି ଆର୍ୟାନା ମେହେର। ବୟସ ମାତ୍ର ୨ ବର୍ଷ ୬ ମାସ ହେଉଥିବା ସତ୍ତ୍ୱେ ନିଜର ମେଧାଶକ୍ତି ଓ ବୁଦ୍ଧିମତ୍ତାରେ ସେIndiaBookofRecords–୨୦୨୬ରେନିଜସ୍ଥାନପକ୍କାକରିଛନ୍ତି।ନୂଆପଡ଼ା ଜିଲ୍ଲା ସିନାପାଲି ସହରର ଜିତୁ ମେହେର ଓ ଲିଲି ମେହେରଙ୍କ କନ୍ୟା ଆର୍ୟାନା ନିମିଷକେ ୧୪ଟି ଅଙ୍ଗପ୍ରତ୍ୟଙ୍ଗର ନାମ, ୨୦ଟି ପଶୁପକ୍ଷୀର ନାମ, ଇଂରାଜୀରେ ୭ଟି ବାରର ନାମ, ୫ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ, ୨୧ଟି ପନିପରିବା, ୧୯ ପ୍ରକାର ଫଳ, ୧୨ଜଣ ଭଗବାନଙ୍କ ନାମ, ୮ ପ୍ରକାର ରଙ୍ଗ, ୧୫ଟି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର, ୪ଟି ଦିଗ, ୧୨ଟି ମାସ, ୨୧ଟି ଯାନବାହାନର ନାମ ସହ ୧ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟା ଗଣନ ସ୍ପଷ୍ଟ ଭାବେ କହିପାରୁଛନ୍ତି।

ଏହାସହ ୪ଟି ଓଡ଼ିଆ ଗୀତ, ୫ଟି ଋତୁ, ୫ଟି ସଂସ୍କୃତ ମନ୍ତ୍ର, ବିଭିନ୍ନ ପଶୁଙ୍କ ଶବ୍ଦ ଅନୁକରଣ, ନିଜର ସମ୍ପୂର୍ଣ୍ଣ ପରିଚୟ ଦେବା ଓ ଜାତୀୟ ସଙ୍ଗୀତ ଗାନ ଭଳି କାର୍ଯ୍ୟକଳାପ ପ୍ରଦର୍ଶନ କରି ସେ ଏହି ସମ୍ମାନ ଅର୍ଜନ କରିଛନ୍ତି।ଆର୍ୟାନାଙ୍କ ଏଭଳି ସଫଳତାରେ ବାପା–ମାଆ ବେଶ ଖୁସି ପ୍ରକାଶ କରିଛନ୍ତି। ଆଗାମୀ ଦିନରେଏସିଆବୁକ୍ଅଫ୍ରେକର୍ଡସ୍ଓGuinness WorldRecords ପାଇଁମଧ୍ୟପ୍ରସ୍ତୁତିଜାରିରହିବବୋଲିସେମାନେ କହିଛନ୍ତି। ଭବିଷ୍ୟତରେ ଜଣେ ଡାକ୍ତର ହେବା ତାଙ୍କ ଦୃଢ଼ ଇଚ୍ଛା ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି।ଉଲ୍ଲେଖନୀୟ ଯେ, ଆର୍ୟାନାଙ୍କ ବାପା ଜିତୁ ମେହେର ଖରିଆର ବନବିଭାଗରେ କାର୍ଯ୍ୟରତ ଥିବାବେଳେ ମା ଲିଲି ମେହେର ଗୃହିଣୀ ଅଟନ୍ତି। କୁନି ବୟସରେ ଏଭଳି ସାଧନା ସମଗ୍ର ଅଞ୍ଚଳରେ ଗର୍ବର ବିଷୟ, ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS