BREAKING
Loading...
:

ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୯ମ ବାର୍ଷିକ ଉତ୍ସବ

 ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୯ମ ବାର୍ଷିକ ଉତ୍ସବ 



ଗଣିଆ ୧୮/୦୨(ମଣିଭଦ୍ରା ଖବର) ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମଧ୍ୟ ଖଣ୍ଡର ୯ମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଗଳ୍ଫ ଖେଳାଳୀ ବିକାଶ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନର ଜିଲ୍ଲା ଆବାହକ ସନାତନ ଲେଙ୍କା, ଜିଲ୍ଲା ପରିଷଦ ବସନ୍ତ କୁମାର ପ୍ରଧାନ, ସରପଞ୍ଚ ସଶ୍ମିତା ପ୍ରଧାନ, ଅବସରପ୍ରାପ୍ତ ସୈନିକ ସରୋଜ କୁମାର ପଣ୍ଡା, ଶିକ୍ଷକ ଦୀପକ କୁମାର ବିଶ୍ବାଳ, ସଭାପତି ସଂଗ୍ରାମ କେଶରୀ ମହାପାତ୍ର, ସମ୍ପାଦକ ପୁରୁଷୋତ୍ତମ ଡାକୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ପରମପ୍ରଭୂ ଶ୍ରୀ ଅରବିନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହେଇଥିଲା । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ଣ୍ଣାଙ୍ଗ ଶିକ୍ଷାରେ ଅଭିଭାବକ ମାନଙ୍କ ଭୂମିକା ସମ୍ପର୍କରେ ଜିଲ୍ଲା ଆବାହକ ଅଭିଭାଷଣ ରଖିଥିଲେ । ଛାତ୍ର ଛାତ୍ରୀ ମାନେ ଶିକ୍ଷାକୁ ଗୁରୁତ୍ବ ଦେବା ସହିତ ପାଠଚକ୍ର ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ନାଟ୍ୟକାର ଚିତ୍ତରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ଭକ୍ତ ସାଲବେଗ ଓ ସହିଦ ବାଜି ରାଉତ ଦର୍ଶକଙ୍କୁ ବିମୋହିତ କରିଥିଲା । ଶିକ୍ଷା କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS