BREAKING
Loading...
:

ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର... ଆନ୍ଧ୍ର ହାଇକୋର୍ଟ

 ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର... ଆନ୍ଧ୍ର ହାଇକୋର୍ଟ 



ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହି ମର୍ମରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏକ ମାମଲାରେ ଜଷ୍ଟିସ ୱାଇ. ଲକ୍ଷ୍ମଣ ରାଓ କହିଛନ୍ତି ଯେ, ଭାରତୀୟ ଆଇନ ବ୍ୟବସ୍ଥାରେ ଭରଣପୋଷଣ ନୀତି ସେହି ସଂକଳ୍ପର ପ୍ରତୀକ, ଯାହା ସୁନିଶ୍ଚିତ କରେ ଯେ କୌଣସି ପତ୍ନୀ, ସନ୍ତାନ କିମ୍ବା ବୃଦ୍ଧ ପିତାମାତା ଯେପରି ଅର୍ଥାଭାବରୁ ଦୁର୍ଦ୍ଦଶାର ସମ୍ମୁଖୀନ ନ ହୁଅନ୍ତି।


ଯେଉଁମାନେ ଆଇନଗତ ଭାବେ ସେମାନଙ୍କର ଦାୟିତ୍ୱ ନେବାକୁ ବାଧ୍ୟ, ସେମାନଙ୍କ ଅବହେଳା ଯୋଗୁଁ କେହି ଯେମିତି ଅସହାୟ ନ ହୁଅନ୍ତି ତାହା ନ୍ୟାୟାଳୟ ସୁନିଶ୍ଚିତ କରିବେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS