BREAKING
Loading...
:

ଖଜୁରିଆକଟା ପ୍ରାଣୀ ଚିକିତ୍ସାଳୟ ପରିସର ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ।

 ଖଜୁରିଆକଟା ପ୍ରାଣୀ ଚିକିତ୍ସାଳୟ ପରିସର ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ।



ପ୍ରଥମ ଥର ପାଇଁ  ଆରମ୍ଭ ହେଲା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ର ସରକାର ଙ୍କର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା। ଖଜୁରିଆକଟା ପ୍ରାଣୀ ଚିକିତ୍ସାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା।ମୂଖ୍ୟ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ।ହିନ୍ଦୋଳ ତହସିଲଦାର ବିଡ଼ିଓ ଙ୍କ ସମେତ ସରକାରୀ କର୍ମଚାରୀ ଗଣ ସମ୍ମାନିତ ଅତିଥି ଭାବେ ଥିଲେ ଉପସ୍ଥିତ। ସରକାରଙ୍କ ତରଫରୁ ଏକ ଯୁଗାନ୍ତକାରୀ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବନାହିଁ।ଏହି କାର୍ଯ୍ୟକ୍ରମ ଜରିଆରେ ଚାଷୀ ମାନଙ୍କୁ ଗୋପାଳନ,ମତ୍ସ୍ୟଚାଷ,କୁକଡ଼ା ଫାର୍ମ,ବତକ ଚାଷ,ଛେଳି ଓ ଘୁଷୁରୀ ଫାର୍ମ ପାଇଁ ସରକାର ଙ୍କ ତରଫରୁ ଚାଷୀ ମାନଙ୍କୁ କରାଯାଇଛି ସଚେତନ।ସରକାରୀ ଯୋଜନା କୁ ପଞ୍ଚାୟତ ସ୍ତର ରେ ପ୍ରତି ଚାଷୀ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯିବା ସହିତ ଚାଷୀ ର ଅର୍ଥନୈତିକ ବିକାଶ ଦିଗରେ ନୂତନ ଦିଗଦର୍ଶନ ଦେଖାଇବ ଏହି ମେଳା।ବ୍ଲକ କଳା ସଂସ୍କୃତି ସଂଘ ତରଫ ରୁ ପାଲା,ସଂକୀର୍ତ୍ତନ,ପାଇକ ଆଖଡ଼ା ମାଧ୍ୟମ ରେ ଚାଷୀ ମାନଙ୍କୁ କରାଯାଇଛି ସଚେତନ।ଭିନ୍ନ ଭିନ୍ନ ଷ୍ଟଲ ରେ ପଶୁପାଳନ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ଉନ୍ନତି କରି ପାରିବେ ବୋଲି କରାଯାଇଥିଲା ସଚେତନ। ହିନ୍ଦୋଳ ର ୩୫ ଟି ପଞ୍ଚାୟତ ର ସରପଞ୍ଚ ଙ୍କ ସମେତ ହଜାର ହଜାର ଚାଷୀ ଏକତ୍ରିତ ହୋଇ ପଶୁ ପାଳନ ଓ ମତ୍ସ୍ୟ ଚାଷ ସମ୍ପର୍କିତ ଜ୍ଞାନ ଆହରଣ କରିଥିଲେ। ଉପସ୍ଥିତ ସମସ୍ତ ଜନ ସାଧାରଣ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ଆୟୋଜନ ମଧ୍ୟ ହୋଇଥିଲା। ଏତାଦୃଶ ପ୍ରୟାସ ରେ ଚାଷୀ ମାନେ ଉତ୍ସାହିତ ହେବା ସହିତ ଆନ୍ତରିକ ସ୍ଵାଗତ ସହ ସାଧୁବାଦ ପ୍ରଦାନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS