BREAKING
Loading...
:

ବାଲେଶ୍ୱର ସାଂସଦ ପ୍ରତାପ ନନା ଙ୍କ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର (ରେକର୍ଡ ଭାଙ୍ଗିଲା ରକ୍ତ ୟୁନିଟ)

 ବାଲେଶ୍ୱର ସାଂସଦ ପ୍ରତାପ ନନା ଙ୍କ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର (ରେକର୍ଡ ଭାଙ୍ଗିଲା ରକ୍ତ ୟୁନିଟ) 



ନୀଳଗିରି, -:ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଜନ୍ମ ଦିବସ ଅବସରରେ ନୀଳଗିରି ଡାକ ବଙ୍ଗଳା ପରିସରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ର ଆୟୋଜନ ଚନ୍ଦ୍ରବିନ୍ଦୁ ଦାସ ଏବଂ ନୀଳଗିରି ନିର୍ବାଚନ ମଣ୍ଡଳୀ ତଥା ବାଲେଶ୍ୱର ସଂସଦୀୟ କ୍ଷେତ୍ର ର ନନା ଙ୍କ ଶୁଭେଛୁ ଙ୍କ ଦ୍ଵାରା ଆୟୋଜିତ ହୋଇଥିଲା l ଏହି ରକ୍ତଦାନ ଶିବିରରେ ମୋଟ୍ ୨୧୮୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।  ଏବଂ ବହୁ ସଂଖ୍ୟକ ଶୁଭେଛୁ ରକ୍ତଦାନ କରି ନ ପାରି ଫେରିଯାଇଥିବା ର ଦେଖିବାକୁ ମିଳିଥିଲା l ଏହି ଅବସରରେ ହଜାର ହଜାର ସଂଖ୍ୟାରେ ସାଂସଦ ଙ୍କ ଶୁଭେଚ୍ଛୁ ମାନେ ମାନେ ସ୍ଵେଛାକୃତ ଭାବରେ ରକ୍ତ ଦାନ କରିଵା ସହ ଜନ୍ମଦିନର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଥିଲେ। ସାଂସଦଙ୍କ  ସମର୍ଥକ ମାନେ ପୁଷ୍ପ ବୃଷ୍ଟି ଓ ପୁଷ୍ପ ଗୁଚ୍ଛ ଦେଇ ସାଂସଦଙ୍କୁ ପାଛୋଟି ନେଇଥିଲେ ପରେ ସାଂସଦ ୩ ଟି ରକ୍ତ ଦାନ କ୍ୟାମ୍ପ ବୁଲି ରକ୍ତଦାତା ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।  ବାଲେଶ୍ୱର ରେ ନନାଙ୍କ ପ୍ରତି ଜନ ସାଧାରଣ ଙ୍କ  ଭଲ ପାଇବାର  ପ୍ରକୃତ ଝଲକ ଦେଖିବାକୁ ମିଳିଥିଲା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS