ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ
ଭାପୁର, ୧୩/୧୧( ବିଭୂତି ମହାପାତ୍ର) ଭାପୁର ବ୍ଲକ ସମ୍ମିଳନୀ କକ୍ଷରେ ଗୁରବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଚଳିତ ମାସ ୨୫ ତାରିଖରେ ଆୟୋଜିତ ହେବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ପ୍ରସ୍ତୁତି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ୧୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ୨୦ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ, ସାଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଟୁଡୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମିତ୍ କୁମାର ବେହେରା, ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଆସିବା ପୂର୍ବରୁ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରି ଉକ୍ତ ଆବେଦନ ପତ୍ର ଦୁଇଟି କାଗଜ ଧରି ନିଜ ପାଖରେ ଗୋଟିଏ ରଖିବା ସହ ଆଉ ଗୋଟିଏ ଆବେଦନ ପତ୍ରଟିକୁ ଶିବିର ଦିନ ଦାଖଲ କରିବାକୁ ପରାମର୍ଶ ଦିଆ ଯାଇଥିଲା। ଆସନ୍ତା ୨୫ ତାରିଖ ସକାଳ ୮ଘଟିକା ସମୟରେ ଭାପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ମାନେ ଆବେଦନ ପତ୍ର ଦାଖଲ କରି ନିଜର ନାମକୁ ପଞ୍ଜିକରଣ କରିବେ। ଜନ ସାଧାରଣ ମାନଙ୍କ ସଚେତନତା ପାଇଁ ପ୍ରତି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ସୂଚନା ଫଳକରେ ନୋଟିସ ଲଗାଇବା ସହ ଓ ଫାଟକ ସମ୍ମୁଖରେ ବ୍ୟାନର ମାଧ୍ୟମରେ ଜନ ସାଧାରଣ ମାନଙ୍କୁ ସଚେତନ କରାଇବେ। ସେହିପରି ପ୍ରତି ପଞ୍ଚାୟତର ଜନ ପ୍ରତିନିଧି ମାନେ ପଞ୍ଚାୟତ ସ୍ତରରେ ଜନ ସାଧାରଣ ମାନଙ୍କୁ ସଚେତନ କରାଇବା ସହ ଆସନ୍ତା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିରରେ ଯୋଗ ଦେବାକୁ ସୂଚନା ଦେବେ। ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ପ୍ରଚାର ପ୍ରସାର କରି ଜନ ସାଧାରଣ ମାନଙ୍କୁ ସଚେତନ କରାଇବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି।
ମଣିଭଦ୍ରା ଖବର, ଭାପୁର


Post a Comment