BREAKING
Loading...
:

କୁହୁଡି ର ଚାଦର ଭିତରେ ଘୋଡେଇ ହୋଇରହିଛି କୋରାପୁଟ

 କୁହୁଡି ର ଚାଦର ଭିତରେ ଘୋଡେଇ ହୋଇରହିଛି କୋରାପୁଟ l



କୋରାପୁଟ କୁ ପ୍ରକୃତିର ଦାନ କୁହାଯାଏ l କେବଳ ସେତିକି ନୁହଁ ଓଡିଶା ର କାଶ୍ମୀର ବି କୁହାଯାଏ l ଆଉ ଶୀତ ଆସିଲେ କୋରାପୁଟ କଥା ପଲ୍ଲୀ ଠୁ ଦିଲ୍ଲୀ ଯାଏଁ ସଭିଙ୍କୁ ମନେ ପଡ଼େ l ଆଉ ଏବେ କୋରାପୁଟ ରେ ଶୀତ ର ଆଗମନ ହୋଇଛି ତା ସାଙ୍ଗ କୁ କୁହୁଡି ବି ସମଗ୍ର କୋରାପୁଟ କୁ ଆଚ୍ଛାଦିତ କରୁଛି l ଯୁଆଡେ ଦେଖିବ କେବଳ କୁହୁଡି ସକାଳ ଦଶ ଟା ଯାଏଁ କୁହୁଡି ଛାଡିବାର ନାଁ ନେଉନି ସତେ ଯେମିତି କୁହୁଡି ର ଚାଦର ଭିତରେ କୋରାପୁଟ ଘୋଡେଇ ହୋଇ ରହିଛି ବୋଲି ମନେ ହେଉଛି l ଅନ୍ୟପଟେ ଦେଖିଲେ ଏହି ଶୀତ ଏବେ ଠୁ କୋରାପୁଟ ବାସୀ ଙ୍କୁ କଲବଲ କଲାଣି ସକାଳୁ ସକାଳୁ  ଘରୁ ବାହାରିବା କଷ୍ଟକର ହୋଇପଡ଼ିଲାଣି l କେହି କେହି ଶୀତ ର ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପିନ୍ଧୁଚି ତ ପୁଣି କେହି ନିଆଁ ର ସାହାଯ୍ୟ ନେଲାଣି ପୁଣି କେହି ଚାହା ପିଇଲାଣି l ତଥାପି କୋରାପୁଟ ର ଶୀତ କୁ ନେଇ ଆଗନ୍ତୁକ ଠୁ ଧରି ସାଧାରଣ ଜନତା ଯାଏଁ ସମସ୍ତେ ଖୁସ ଥିବାର ପରିଲକ୍ଷିତ ହେଉଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS