ଏଗାର ବର୍ଷ ଧରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଦୌଡୁଛି ବ୍ୟକ୍ତି
ନ୍ୟାୟ ପରିବର୍ତ୍ତେ ମିଳୁଛି ଦୁର୍ବ୍ୟବହାର
କେନ୍ଦ୍ରାପଡ଼ା, -:
କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୀର୍ଘ ଏଗାର ବର୍ଷ ଧରି ରାଜକନିକା ଅଞ୍ଚଳରୁ ଜଣେ ବ୍ୟକ୍ତି ନ୍ୟାୟ ପାଇବା ଆଶାରେ ଦୌଡୁଛି । ଏଗାର ବର୍ଷ ଭିତରେ ଏଗାର ଜଣରୁ ଅଧିକ ଅଧିକାରୀ ନିଶ୍ଚିନ୍ତ ଭାବେ ଏହି କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ବାହ କରି ସାରିଲେଣି । ହେଲେ ଏହି ବ୍ୟକ୍ତି ଜଣଙ୍କ ଅଭିଯୋଗକୁ ସମାଧାନ କରିବାରେ ସକ୍ଷମ ହୋଇ ପାରିନାହାଁନ୍ତି ଅଧିକାରୀ ମାନେ । ଚାଳିଶ କିଲୋ ମିଟର ଦୂରରୁ ଲୋକଟି ଅଫିସକୁ ବାରମ୍ବାର ଆସି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗୁହାରୀ କରୁଛି । ଫଳ କିନ୍ତୁ ନିରାଶ ହେବାକୁ ପଡ଼ିଛି । ଘଟଣାରୁ ପ୍ରକାଶ, ରାଜକନିକା ବ୍ଲକ ଅନ୍ତର୍ଗତ ତରାସ ଗ୍ରାମର ଅଶ୍ଵିନୀ କୁମାର ଦଳାଇ ତାଙ୍କ ପିତା ସ୍ବର୍ଗତ ଜଗନ୍ନାଥ ଦଳାଇ ଯିଏ କି ତରାସ ହାଇସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଚାକିରୀ କରିଥିଲେ । ଚାକିରୀ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିଲା । ଆଇନ୍ ଅନୁଯାୟୀ ତାଙ୍କ ପରିବାର ସମସ୍ତ ସଦସ୍ୟଙ୍କ ଅନୁମତି କ୍ରମେ ଘରର ଜଣେ ବ୍ୟକ୍ତି ନିଯୁକ୍ତି ପାଇବା କଥା । କିନ୍ତୁ ଘରର ସାନ ପୁଅ ସନାତନ ଦଳାଇ NOC ରେ ବଡ ଭାଇ ଅଶ୍ଵିନୀ ଦଳାଇର ଦସ୍ତଖତ ଜାଲିଆତି କରି ସରକାରୀ ଚାକିରୀ ହାତେଇ ନେଇଛି । ଏବଂ ଯେଉଁ ସମୟରେ ସନାତନ ଚାକିରୀ କରିଛି ତାକୁ ୧୬ ବର୍ଷ ୬ ମାସ ହୋଇଥିଲା ସେ ନାବାଳକ ବୋଲି ଅଭିଯୋଗ ହୋଇଛି । ଏନେଇ ବଡ଼ ଭାଇ ଅଶ୍ଵିନୀ ଦଳାଇ ସୂଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ଯୋଗାଡ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲା । ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ଅଫସକୁ ଆସୁଥିଲେ ସୁଦ୍ଧା ସମସ୍ୟା ସମାଧାନର ସୂତ୍ର ବାହାରି ପାରୁନି । ଏଭଳି ସ୍ଥିତିରେ ଦୀର୍ଘ ଏଗାର ବର୍ଷ ହେଲା ୪୦ କି.ମି ଦୂରରୁ ଦୌଡ଼ିବାକୁ ପଡ଼ିଛି । ବାରମ୍ବାର ଅଫିସକୁ ଆସୁଥିବା ସତ୍ତ୍ୱେ ଅଫିସର ଜଣେ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଧକ୍କା, ତଣ୍ଟିଆ ମାରି ତଡ଼ି ଦେଉଛି ବୋଲି ସାଙ୍ଘାତିକ ଆପତ୍ତି ଉଠାଇବା ସହ ଅଶ୍ଵିନୀ ଗଣମାଧ୍ୟମକୁ ଜଣାଇଛି । ଘଟଣା ବିଷୟରେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment