BREAKING
Loading...
:

୮୪ କିଲୋ ଗଞ୍ଜେଇ ଜବତ

 ୮୪ କିଲୋ ଗଞ୍ଜେଇ ଜବତ 



ବ୍ରହ୍ମପୁର - କୌଣସି ଏକ ନିର୍ଦ୍ଧିଷ୍ଟ ସୂତ୍ରରୁ  ଖବର ପାଇ ଅବକାରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରବୀଣ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ବଡ଼ବଜାର ଥାନା ଅନ୍ତର୍ଗତ 1st ଗେଟ୍ ଅଞ୍ଚଳ ରେ ପେଟ୍ରୋଲିଂ କରିବା ସମୟ ରେ ଏକ କଳା ରଙ୍ଗର ସ୍କ୍ରପିଓ ଗାଡ଼ି no - OD33AH 9758 କୁ ଉକ୍ତ ଅଞ୍ଚଳ ରେ ଅଟକାଇବା ସମୟ ରେ ଚାରୋଟି ଧଳା ଅଖା ବସ୍ତା ଜବତ କରାଯାଇଛି ଓ ଦେଖାଗଲା କି ପ୍ରତି ବସ୍ତା ରେ ୨୧ କେଜି ଗଂଜେଇ ମହଜୁଦ ଥିଲା ।ଗଣନା ଅନୁସାରେ ଏହା ସର୍ବମୋଟ ୮୪ କେଜି ଗଂଜେଇ ଥିଲା ଓ ତା ସହ ଏକ poco ସ୍ମାର୍ଟ ଫୋନ ମଧ୍ୟ ଜବତ୍ କରାଯାଇଥିଲା। ସୁଚାରୁ ରୂପେ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ଅପରାଧୀ ଓ ଗାଡ଼ି ଚାଳକ କେଉଁ ଆଡେ ଲୁଛି ପଳେଇ ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ସମସ୍ତ  ଖୋଳତାଡ଼ ଜାରି ରହିଛି। ମୋଟ ଗଞ୍ଜେଇ ଓ ଉକ୍ତ ଗାଡ଼ି ର ଆନୁମାନିକ ମୂଲ୍ୟ ପ୍ରାୟ ୨୮,୪୦,୦୦୦ ହେବ। ଏଥିସହ PR case no -135/25-26 ରେ ଏକ NDPS case ମାମଲା ରୁଜୁ କରାଗଲା। ଚଢ଼ାଉ ସମୟ ରେ ଶ୍ରୀ କୁମୁଦ ରଞ୍ଜନ କୁଅଁର ( DSE), ସ୍ନେହଲତା ନାୟକ ( DSE), ଅର୍ଜୁନ ମଲ୍ଲିକ (Inspector Sadar Range), ମନିଷା ଭୋଳ (Inspector DEO), ସଂଗୀତା ମହାପାତ୍ର ( OIC,BAM1) , ଅଜୟ କୁମାର ସାହୁ (ASI) , ସନ୍ତୋଷ କୁମାର ପାଢ଼ୀ(ASI), ମନୋରଞ୍ଜନ ମହାପାତ୍ର,ସରୋଜ ପରିଡ଼ା, ବବୁଲ ମୁଦୁଲି (constable), ନୀଳ ଯାଦବ (driver), ସମେତ ସମସ୍ତ ଅବକାରୀ ବିଭାଗର କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS