BREAKING
Loading...
:

ସରକାରଙ୍କ ସୁଭଦ୍ରା ଟଙ୍କାର ତୃତୀୟ କିସ୍ତି ଆସିବାକୁ ଯାଉଛି କିନ୍ତୁ ଏବେ ବି କିଛି ଯୋଗ୍ୟ ହିତାଧିକାରୀ ମାନେ ପାଇବାରେ ବଞ୍ଚିତ ଅଛନ୍ତି l

 ସରକାରଙ୍କ ସୁଭଦ୍ରା ଟଙ୍କାର ତୃତୀୟ କିସ୍ତି ଆସିବାକୁ ଯାଉଛି କିନ୍ତୁ ଏବେ ବି କିଛି ଯୋଗ୍ୟ ହିତାଧିକାରୀ ମାନେ ପାଇବାରେ ବଞ୍ଚିତ ଅଛନ୍ତି l 




ସୁଭଦ୍ରା ଯୋଜନା କାହା ସ୍ୱାର୍ଥରେ : ଯୋଗ୍ୟ ଅଯୋଗ୍ୟ ଦ୍ବନ୍ଦରେ ସରକାର ? 


 ସୁଭଦ୍ରା ଟଙ୍କା ର ତୃତୀୟ କିସ୍ତି ଆସିବାକୁ ଥିବା ବେଳେ ଯୋଗ୍ୟ ହିତାଧିକାରୀ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଅଭିଯୋଗ ପତ୍ର ଦାଖଲ ପରେ ମଧ୍ୟ ମିଳୁନି କିଛି ପ୍ରତିକ୍ରିୟା । ସରକାର ଦେବାକୁ କହି ଖାଲି ଆଶ୍ଵାସନା ମାଧ୍ୟମରେ ପାଇବା ଯୋଗ୍ୟ ଚିଠି ଦେଉଛନ୍ତି କିନ୍ତୁ ଗ୍ରାଉଣ୍ଡ ଜିରୋ ରେ ଫେଲ ମାରିଛି ସୁଭଦ୍ରା ଯୋଜନା । କଥା ଦେଇ କଥା ନ ରଖିବାରୁ ଯୋଗ୍ୟ ହିତାଧୀକାରୀ ହେଉଛନ୍ତି ନିରାଶ । ଲୋକେ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସୁଭଦ୍ରା କିସ୍ତି ପାଇବା ଯୋଗ୍ୟ ଚିଠି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଛି ,ଗ୍ରାଉଣ୍ଡ ଜିରୋ କୁ ଯାଇ ତଦନ୍ତ ନିମନ୍ତେ ଚିଠି ମଧ୍ୟ ଆସିଛି କିନ୍ତୁ ତଦନ୍ତ ରେ ଅବହେଳା କରି ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି । କାହା ସ୍ୱାର୍ଥରେ ବଳି ପଡ଼ୁଛନ୍ତି ଯୋଗ୍ୟ ହିତାଧିକାରୀ ? 

କିଛି ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପାଇଥିବା ବେଳେ ଦ୍ବିତୀୟ କିସ୍ତି ବେଳକୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି  । ଏଠି ପ୍ରଶ୍ନ ଉଠୁଛି ଯେ ଯଦି ଅଯୋଗ୍ଯ ଥିଲେ ପ୍ରଥମ  କିସ୍ତି କାହିଁକି ଦିଆଗଲା ? ଯଦି ଯୋଗ୍ଯ ଥିଲେ ହଠାତ ଅଯୋଗ୍ୟ କେମିତି ହୋଇଗଲେ ?  ଓଡ଼ିଶାରେ ଏଭଳି ଅନେକ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ସରକାରଙ୍କ ସୁଭଦ୍ରା ଯୋଜନାକୁ ଲୋକାଭିମୁଖ ଦର୍ଶାଇ ନିର୍ବାଚନ ଲଢିବ ଭାରତୀୟ ଜନତା ପାର୍ଟି କିନ୍ତୁ ସୁଭଦ୍ରା ପାଇନଥିବା ହିତାଧିକାରୀଙ୍କ ଆକ୍ରୋଶର ଶିକାର ହେବ ବିଜେପି। ତୃତୀୟ କିସ୍ତି ମାଧ୍ୟମରେ ସରକାର ବର୍ତ୍ତିଯାଇଥିବା ହିତାଧିକାରୀଙ୍କୁ ୧୫,୦୦୦ଟଙ୍କା ତିନି କିସ୍ତି ର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦେଖିବାକୁ ବାକି ରହିଲା ଅଗଷ୍ଟ ୯ ତାରିଖରେ ସରକାର ପ୍ରତିଶ୍ରୁତି ରଖିବେ ନା ପୁଣି ଆକ୍ରୋଶ ର ଶିକାର ହେବେ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଦୟାପଲ୍ଳୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୨ ନମ୍ବର ୱାର୍ଡ ହିତାଧୀକାରୀ ପାଙ୍ଗା ରାଜଲକ୍ଷ୍ମୀଙ୍କ କହିବା ଅନୁସାରେ ସେ ୩୦ ସେପ୍ଟେମ୍ବର ୨୦୨୪ ରେ ସୁଭଦ୍ରା ଯୋଜନା ରେ ଆବେଦନ କରିଥିଲେ , ଆବେଦନ ପତ୍ର ସଂଖ୍ୟା ଏସ୍ ୟୁ - ୧୧୭୭୬୮୦୦୫୭୧ କିନ୍ତୁ ତାଙ୍କର ଏକ ଏକର ଜମି ଥିବା ବେଳେ ସୁଭଦ୍ରା ଫର୍ମଟି ଜମି ଥିବା ଦର୍ଶାଇ ପ୍ରତ୍ୟାଖାନ କରାଯାଇଛି। ନିବେଦନର କାରଣ ଏହିକି ଯେ ମୋର ସୁଭଦ୍ରା ଫର୍ମ ପ୍ରତ୍ୟାଖାନ ପ୍ରକାରେ ମୋର କୌଣସି ୫ ଏକର ଜଳସେଚିତ ଜମି କିମ୍ବା ୧୦ ଏକର ବିଜଳସେଚିତ ଜମି ନାହିଁ, ଏଣୁ ରାଜ୍ୟ ସରକାରଙ୍କ ବିନିତ ଅନୁରୋ ଧ ଆପଣ ସଠିକ ଭାବେ ତଦନ୍ତ କରି ସୁଭଦ୍ରା ଫର୍ମଟି ସ୍ବୀକାର କଲେ ମୁଁ ସରକାରଙ୍କ ପାଖରେ ଉପକୃତ ହେବି। ଏହି ବାବଦରେ ସେ ଜନଶୁଣାଣୀ ପୋର୍ଟାଲ ରେ ଅଭିଯୋଗ କରିଥିଲେ ( ଟୋକେନ ନଂ - ଡିଇପିଟି ୨୦୨୫୧୦୮୫୦୦୭, ଡିଏମ ୨୦୨୫୧୧୦୯୮୦୧) ଏବଂ ଏହାର ଉତ୍ତରରେ ହିଞ୍ଜିଳିକାଟୁ ସିଡ଼ିପିଓ କାର୍ଯ୍ୟାଳୟ ପତ୍ର ନମ୍ବର – ୪୦୨, ତାରିଖ - ୧୯.୦୩.୨୦୨୫ ପ୍ରକାରେ ଶ୍ରୀମତୀ ରାଜଲକ୍ଷ୍ମୀ ଓ ତାଙ୍କ ପରିବାରଙ୍କ ଏକ ଏକର ଜମି ଅଛି ବୋଲି ଦର୍ଶାଯାଇଛି ଏବଂ ଜିଲ୍ଲା ସମାଜ କଲ୍ୟାଣୀ ଅଧିକାରୀ (DSWO) ପତ୍ର ନମ୍ବର - ୧୮୬୩, ୨୮.୦୩.୨୦୨୫ ମାଧ୍ୟମରେ ସେ ସୁଭଦ୍ରା ଯୋଜନା ପାଇବାକୁ ଯୋଗ୍ୟା ବୋଲି ଦର୍ଶାଇଛନ୍ତି କିନ୍ତୁ ଦୀର୍ଘ ୭ ମାସ ବିତିଯିବା ସ୍ୱତ୍ୟେ ସୁଭଦ୍ରା ଯୋଜନାରେ ଟଙ୍କା ଆସୁନାହିଁ।  ବିଗତ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମସ୍ତ ଗଣମାଧ୍ୟମରେ କହୁଥିଲେ " ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମରେ ୫ବର୍ଷ ରେ ୫୦ ହଜାର ଟଙ୍କା ଦିଆଯିବ" କିନ୍ତୁ ଏବେ ଲାଗୁଛି ଏହି କଥାର କୌଣସି ମହତ୍ୱ ନାହିଁ ବୋଲି ରାଜଲକ୍ଷ୍ମୀ ଅଭିଯୋଗ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS