BREAKING
Loading...
:

ମଧ୍ୟାହ୍ନ ଭୋଜନ ଖାଇବା ନିମନ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର ହନ୍ତସନ୍ତ

 ମଧ୍ୟାହ୍ନ ଭୋଜନ ଖାଇବା ନିମନ୍ତେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର ହନ୍ତସନ୍ତ 



ଖଣ୍ଡପଡ଼ା ୧୯|୭ (ବ୍ୟୁରୋ) ଖଣ୍ଡପଡା ସହରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଥିବା ବେଳେ ଦୈନିକ ମଧ୍ଯାନ୍ନ ଭୋଜନ ଖାଇବା ନିମନ୍ତେ ଛାତ୍ରଛାତ୍ରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥ‌ିବା ଜଣାପଡିଛି। ମଧ୍ଯାହ୍ନ ଭୋଜନ ଖାଇବା ନିମନ୍ତେ ଆବଶ୍ୟକୀୟ କକ୍ଷ ଅଭାବରୁ ଛାତ୍ରଛାତ୍ରୀମାନେ କେତେବେଳେ ବିଦ୍ୟାଳୟର  ବାରଣ୍ଡାରେ ତ କେତେବେଳେ ତଳେ ବସି ଏକାଠି ମଧ୍ଯାହ୍ନ ଭୋଜନ ଖାଉଥିବା ପରିଲକ୍ଷିତ ହେଉଛି।ସେହପରି ବର୍ଷା ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାରଣ୍ଡାରେ ଛିଡାହୋଇ ମଧ୍ଯାହ୍ନ ଭୋଜନ ଖାଉଥିବା ଜଣାପଡିଛି। 



ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ବିଦ୍ୟାଳୟ କର୍ତୃପକ୍ଷଙ୍କ ପାଇଁଁ ଏହା ମୁଣ୍ଡବଥାର କାରଣ ପାଲଟିଛି।ଏବେ ଉକ୍ତ ବିଦ୍ୟାଳୟରେ ୬ଷ୍ଠ ରୁ +୨ ବିଜ୍ଞାନ ଶ୍ରେଣୀରେ ୪୮୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ଜଣାପଡିଛି। ଛାତ୍ରଛାତ୍ରୀଙ୍କ ମଧ୍ଯାହ୍ନ ଭୋଜନ ନିମନ୍ତେ ଏକ ଡାଇନିଂ ଗୃହ ନିର୍ମାଣ ସହ ଛାତ୍ରଛାତ୍ରୀଙ୍କ ରହିବା ନିମନ୍ତେ ଛାତ୍ରାବାସ ନିର୍ମାଣର ଆବଶ୍ୟକତା ରହିଥିବା ବେଳେ ଏଥିପ୍ରତି  ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ବିଦ୍ୟାଳୟର ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ସାହୁଙ୍କୁ ପଚାରିବାରେ ଏ ସଂର୍ପକରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିବା ନେଇ ସୂଚନା ଦେଇଛନ୍ତି। ନୟାଗଡ ଜିଲ୍ଲାପାଳ ଓ ଖଣ୍ଡପଡ଼ା ବିଧାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।


ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS