ଦୂଷିତ ଜଳ ଯୋଗାଣ ଯୋଗୁଁ କୁମ୍ଭାରପଡ଼ା ଗ୍ରାମବାସୀଙ୍କ ଅସନ୍ତୋଷ ,ପ୍ରତିକାର ଦାବି
ଖଣ୍ଡପଡ଼ା ୧୯|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡ଼ା ଗ୍ରାମବାସୀଙ୍କୁ ପାଇପ ଲାଇନ ଯୋଗେ ଗତ କିଛିଦିନ ହେଲା ଦୂଷିତ ପାନୀୟଜଳ ଯୋଗାଇ ଦିଆଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କୁ ପାଇପ ଲାଇନ ଯୋଗେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ପାନୀୟ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି। ପାଣିରେ ପୋକ ସାଲୁବାଲୁ ହୋଇ ଭାସୁଥିବାରୁ ଗ୍ରାମବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ପାଇପ ଲାଇନ ଯୋଗେ ନିକଟସ୍ଥ କୁଆଁରିଆ ନଦୀ ପଠାରୁ ପାନୀୟଜଳ ଯୋଗାଇ ଦିଆଯିବାର ବ୍ଯବସ୍ଥା କରାଯାଇଛି।ଏବେ ବର୍ଷାଦିନ ହୋଇଥିବାରୁ କୁଆଁରିଆ ନଦୀରେ ଗୋଳିଆ ପାଣି ପ୍ରବାହିତ ହେଉଛି।ତେବେ ବିନା ବିଶୋଧନରେ ପମ୍ପ ହାଉସରୁ ଗ୍ରାମବାସୀଙ୍କୁ ପାଇପ ଲାଇନ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଗ୍ରାମବାସୀଙ୍କୁ ପାଇପ ଲାଇନ ଯୋଗେ ସ୍ବଛ ପାନୀୟଜଳ ଯୋଗାଇ ଦିଆନଗଲେ ନିକଟ ଭବିଷ୍ୟତରେ ଗ୍ରାମବାସୀ ମାରାତ୍ମକ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି।ଏଥିପ୍ରତି କୁମ୍ଭାରପଡ଼ା ପଞ୍ଚାୟତ କର୍ତ୍ତୃପକ୍ଷ,ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ସେହିପରି ଗ୍ରାମର ବିଭିନ୍ନ ସ୍ଥାନରେ ବର୍ଷାଦିନ ଯୋଗୁଁ ପାଣି ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଗ୍ରାମ୍ଯ ପରିବେଶରେ ପର୍ଯ୍ଯାପ୍ତ ପରିମାଣର ବ୍ଲିଚିଙ୍ଗ ପାଉଡର ପକାଇବାକୁ ସାଧାରଣରେ ଦାବି ହେଉଛି।ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଓ ଗ୍ରାମ୍ଯ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁମ୍ଭାରପଡ଼ା ଗ୍ରାମବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق