BREAKING
Loading...
:

ରଣପୁର ମହୋତ୍ସବ ଅର୍ଜୁନ -୨୦୨୫ ରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟ "

 ରଣପୁର ମହୋତ୍ସବ ଅର୍ଜୁନ -୨୦୨୫ ରେ  ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟ "

ନୟାଗଡ଼ (ମଣିଭଦ୍ରା ଖବର) ରଣପୁର ମହୋତ୍ସବ ଅର୍ଜୁନ-୨୦୨୫ ଆନୁକୂଲ୍ୟରେ  ଜାନୁୟାରୀ ୮ ବୁଧବାର "ବୈଷ୍ଣବ କବି ଭକ୍ତଚରଣ ଦିବସ" ପାଳନ ଅବସରରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର କବି ସମ୍ମିଳନୀରେ  କବିତା ପାଠ ଉତ୍ସବରେ ରଣପୁର ବିଧାୟିକା ତଥା ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ  ଓଡିଶା ସରକାର ସମ୍ବର୍ଦ୍ଧିତ କଲେ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ  ଓ ଆଦର୍ଶ ଶିକ୍ଷକ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ସୃଜନୀର ଏସ.ଆର. ଜି  ଡ଼କ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ  ସମ୍ମାନପତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ କାହ୍ନା ପ୍ରଧାନ କବିତା ରଚନାରେ ରାଜ୍ୟରେ ପ୍ରଥମ ହୋଇଥିଲେ ଓ ବକ୍ତୃତାରେ ଜିଲ୍ଲାରେ ପ୍ରଥମ ରାଜ୍ୟରେ ଚତୁର୍ଥ କୃତୀ ଛାତ୍ରୀ ସୁଶ୍ରୀ ସମୀକ୍ଷା  ସମ୍ବର୍ଦ୍ଧିତ କଲେ । ମାନନୀୟା ବାଚସ୍ପତି କହିଲେ ଓଡିଆ ଅସ୍ମିତା ଯେପରି ପ୍ରତି ଓଡ଼ିଆଙ୍କ ହୃଦୟକୁ ଛୁଇଁ ପାରିବ ସର୍ବଦା ନିଜର ଲେଖନୀ ଚାଳନା ନିରନ୍ତର ପ୍ରାୟାସ ଜାରି ରଖିବା ପାଇଁ  ପ୍ରତି କବି ଓ ଲେଖକ  ଜନସାଧାରଣ ମାନଙ୍କୁ କହିଥିଲେ । ତଥା ଶିକ୍ଷକ ପ୍ରଦ୍ୟମ୍ନ କୁମାର ସାଥୁଆ ଓ ବକ୍ତୃତାରେ କୃତୀ ଛାତ୍ରୀ ସୁଶ୍ରୀ ସମୀକ୍ଷା, ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଚାନ୍ଦପୁର ମଧ୍ୟ ଉପସ୍ଥିତ ଥିଲେ  ଆଦର୍ଶ ଶିକ୍ଷକ  କବି ମନୋଜ କୁମାର ଗୁମାନସିଂ,ପ୍ରାଧ୍ୟାପକ ବିଜୟ କୁମାର ଜେନା,ସଭାପତି, ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦ, ରଣପୁର ତଥା ଉପସଭାପତି, ରଣପୁର ମହୋତ୍ସବ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ତ୍ରିପାଠୀ ମୁଖ୍ୟ ଉପଦେଷ୍ଟା, "ମନ୍ଦାକିନୀ,ଅଧ୍ୟାପକ ନବକିଶୋର ସାମନ୍ତରାୟ ସମ୍ପାଦକ, ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦ ଏହି ଉତ୍ସବ ର ସଂଯୋଜକ ଶିକ୍ଷକ ପ୍ରଭାତ କୁମାର ପଣ୍ଡା ଉପସ୍ଥିତ ରହି ସଭା କାର୍ଯ୍ୟ ସୁଚାର ରୂପେ ପରିଚାଳନା ହୋଇଥିଲା ।।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ବିଶ୍ଵଶାନ୍ତି 

Post a Comment

Previous Post Next Post
Header ADS