BREAKING
Loading...
:

ଦିନ ଭିତରେ ସରିବ କ୍ଷୟକ୍ଷତି ଆକଳନ – ମନ୍ତ୍ରୀ

  *୩ ଦିନ ଭିତରେ  ସରିବ କ୍ଷୟକ୍ଷତି ଆକଳନ  – ମନ୍ତ୍ରୀ*

କଟକ (ମଣିଭଦ୍ରା ଖବର) ଅଦିନିଆ ବର୍ଷା ଦାଉ ସାଜିଲା। ଚାଷୀଙ୍କ ଦୁଃଖ ବଢିଲା।ଧାନ ସବୁ ବର୍ଷାପାଣିରେ ଭିଜି ଥିବାରୁ ଗଜା ହୋଇ ଆଉ ସେଥିରୁ କିଛି ଆଦାୟ ହେବ ନାହିଁ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ଚାଷୀ ବର୍ଷକର ଆହାର ହରାଇବା ଭୟରେ ଦୁଃଖରେ ଭାଙ୍ଗି ପଡିଛି। ଅନ୍ୟପଟେ ଚଳିତ ବର୍ଷ ରାଜ୍ୟ ସରକାର କେବଳ ଏଫ୍‌ଏକ୍ୟୁ ମାନର ଧାନ ହିଁ କିଣିବେ ବୋଲି ସ୍ପଷ୍ଟ କରିଛନ୍ତି। ଯାହା ଏବେ ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି  ନେଇ  ରାଜସ୍ୱ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଧାନ ନଷ୍ଟ ନେଇ ରିପୋର୍ଟ  ଦେବାକୁ  ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ଭିତରେ  ସରିବ କ୍ଷୟକ୍ଷତି ଆକଳନ  । ରିପୋର୍ଟ  ଆସିବା ପରେ  କ୍ଷତିପୂରଣ ଦିଆଯିବ କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ। ବିକ୍ରି  ଯୋଗ୍ୟ ହୋଇଥିଲେ ବ୍ୟବସ୍ଥା କରାଯିବ ।

ମାନସ କୁମାର ସାହୁ, କଟକ 

Post a Comment

أحدث أقدم
Header ADS